ନୂଆପଡା ୦୬/୦୧ ; ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସଦଭାବନା ସଭା ଗୃହରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜାତୀୟ ଆପଦ ପ୍ରତିକ୍ରିୟା ବଳ (ଏନଡି ଆରଏଫ) ମିଳିତ ଆନୁକୁଲ୍ୟରେ ବନ୍ୟା ସମୟରେ ଜଳ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଉପରେ ‘ଟେବୁଲ ଟପ’ ଅଭ୍ଯାସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏନଡିଆରଏଫ କମାଣ୍ଡାଣ୍ଟ ଡଃ ତୀର୍ଥବାସୀ ସାହୁ, ଇନ୍ସପେକ୍ଟର ବରୁଣ କୁମାର ଏବଂ ସବ ଇନ୍ସପେକ୍ଟର ବିକାଶ ପ୍ରମୁଖ ମକ ଏକ୍ସରସାଇଜର ବିଭିନ୍ନ ପଦକ୍ଷେପ, ଏକ୍ସରସାଇଜ କ୍ରମ, ସ୍ଥିତି ,ପରିଚାଳନା, ବିଭିନ୍ନ ଅଧିକାରୀ ଏବଂ ସହଯୋଗୀଙ୍କ ଭୂମିକା ଏବଂ କାର୍ଯ୍ୟ, ବନ୍ୟାରେ ଏନଡିଆରଏଫର ଭୂମିକା ଏବଂ ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ‘ଟେବୁଲ ଟପ’ ଅଭ୍ଯାସର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ଫଳାଫଳ ଉପରେ ମଧ୍ୟ ଆଲୋଚନା ହୋଇଥିଲା।ଏହି ଅବସରରେ ଜିଲ୍ଲାପାଳ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହାୟତା ଓ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫର ଗୁରୁତ୍ଵପୂର୍ଣ ଭୂମିକାକୁ ପ୍ରଶଂସା କରିଥିଲେ। ସେ କହିଲେ ଯେ ସହାୟତା ଓ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ର ଭୂମିକା ଅତୁଳନୀୟ। ସେମାନେ ଅତି କମ ସମୟ ମଧ୍ୟରେ ସୂଚାରୁ ରୂପରେ ଉଦ୍ଧାର କାର୍ଯ୍ୟ ସମ୍ପାଦନ କରିଥାନ୍ତି। ଏନଡିଆରଏଫର ସହାୟତା ବିନା ‘ଜିରୋ କାଜୁଆଲଟିର’ ସ୍ୱପ୍ନ ମଧ୍ୟ ଦେଖିହେବ ନାହିଁ। ଏହି ଅବସରରେ ସିଡିଓ ଲମ୍ବୋଦର ଧରୁଆ, ଏଡିଏମ (ରାଜସ୍ୱ) ପ୍ରଫୁଲ୍ଲ କୁଜୁର, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ସିଡିଏମଓ ଡଃ ଧନେଶ୍ୱର ସେଠୀ ଓ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଡେପୁଟି କଲେକ୍ଟର ଶେଖ୍ ନସିମ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।ଏଠାରେ ଉଲ୍ଲେଖନିୟ ଯେ, ଆସନ୍ତା କାଲି ଏନଡିଆର ଏଫ ଦ୍ୱାରା ବନ୍ୟା ଜଳ ଉଦ୍ଧାର କାର୍ଯ୍ୟ ଉପରେ ‘ମକଡ୍ରିଲ’ ସାଇପଲା ଡ୍ଯାମରେ ଅନୁଷ୍ଠିତ ହେବ। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଏନ୍ ଡି ଆର୍ ଏଫ୍ ମିଳିତ ଆନୁକୁଲ୍ୟରେ ଏହି ସବୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।
ନୂଆପଡ଼ାରେ ଏନଡିଆରଏଫ ଦ୍ୱାରା ବନ୍ୟା ଜଳ ଉଦ୍ଧାର କାର୍ଯ୍ୟ ଉପରେ ‘ଟେବୁଲ ଟପ’ ଅଭ୍ଯାସ ; ସାଇପଲା ଡ୍ଯାମରେ ‘ମକଡ୍ରିଲ’ କାଲି
Tuesday, January 06, 2026
0