ବ୍ଲକ ସ୍ତରୀୟ କଳାହାଣ୍ଡି ଘୁମୁରା ଉତ୍ସବ ୨୦୨୬ ଅନୁଷ୍ଠିତ

ଆଜତକ ଓଡ଼ିଶା
0

ରାଜରାସ୍ତା ଉପରେ ଢୋଲ,ନିଶାନ ର ତାଳେ ତାଳେ ନାଚିଲେ କର୍ମଚାରୀ

ବ୍ଲକ ସ୍ତରୀୟ କଳାହାଣ୍ଡି ଘୁମୁରା ଉତ୍ସବ ୨୦୨୬ ଅନୁଷ୍ଠିତ

ଧର୍ମଗଡ, କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପ୍ରାଙ୍ଗଣ ଠାରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଳିତ ହୋଇ ଯାଇଛି । ପ୍ରତିବର୍ଷ ଭଲି ଚଳିତବର୍ଷ ମଧ୍ୟ କଲାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ଧର୍ମଗଡବ୍ଲକ ଠାରେ ପାଳିତ ହୋଇଯାଇଛି । ଆଜି ସକାଳ ୧୦ ଘ, ସମୟରେ ପ୍ରଥମେ ଧର୍ମଗଡ ଇଷ୍ଟଦେବୀ ମା'ଭଣ୍ଡାର ଘରୁଣୀ ଙ୍କ ମନ୍ଦିର ଠାରୁ ମଶାଳ ଯାତ୍ରା ପଂଚାୟତ ସମିତି ଧର୍ମଗଡ ମଞ୍ଚ କୁ ଆସିଥିଲା। ଏହି ମଶାଳ କୁ ଭବ୍ୟ ସ୍ଵାଗତ ଜଣାଇ ମଞ୍ଚରେ ସ୍ଥାପନ କରାଯାଇଥିଲା । ମଶାଳ ଯାତ୍ରାରେ ଉଛୁଳି ପଡୁଥିଲା ମାଦଳ ବାଜା, ସାଙ୍ଗକୁ ଢୋଳ ମହୁରୀ ଓ ବିରବଦ୍ୟ ଘୁମୁରା, ନାଚ, ସହ କୀର୍ତ୍ତନ, ଭଳି ଅନେକ ଲୋକ ନୃତ୍ୟ । ଶହ ଶହ ଲୋକଙ୍କ ଜନଗହଲିରେ ଦର୍ଶକ ଙ୍କୁ ବେଶ୍ ମୁଗ୍ଧ କରୁଥିଲା ଏହି ମଶାଳ ଯାତ୍ରା ।ମା'ଭଣ୍ଡାର ଘରଣୀ ଙ୍କ ମଶାଳ ଧର୍ମଗଡ ବ୍ଲକ ମଞ୍ଚରେ ପହଞ୍ଚିବା ପରେ ରିତିନିତୀ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଉତ୍ସବ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରି ସଦାଶିବ ନାୟକ ସଭାପତିତ୍ବ ଗ୍ରହଣ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଂଜନ ପଟ୍ଟଯୋଶୀ, ସମ୍ମାନିତ ଅଥିତି ଭାବେ ଧର୍ମଗଡ ତହସିଲଦାର ସଞ୍ଜୟ ସାମନ୍ତରାୟ, ମଞ୍ଚାସିନ ଅଥିତି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଶୀ, ଧର୍ମଗଡ ଏନଏସି ଉପାଧ୍ୟକ୍ଷା ମନୀଷା ମିଶ୍ର ମୁଣ୍ଡ, ଧର୍ମଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦୋଳ ମଣି ଭୋଇ, ଜ଼ିଲ୍ଲାପରିଷଦ ଜୋନ (୧)ଗୋପୀନାଥ ମହାନନ୍ଦ, (୨)ପ୍ରଣବ ପ୍ରକାଶ ଭଇଁସାଲ, (୩) ଶଙ୍କର ଜୋୟଡ଼, ଧର୍ମଗଡ ବ୍ଲକ ସରପଞ୍ଚ ସଂଘ ସଭାପତି ହାତୀରାମ ଦୁର୍ଗା, ଗ୍ରାମପଂଚାୟତ ଅଧିକାରୀ କେଦାର ନାଥ ନାଏକ,ସମିତି ସଭ୍ୟ ସରୋଜ ଶବର ମଞ୍ଚରେ ମଞ୍ଚାସିନ ଥିଲେ । ମଞ୍ଚାସିନ ପରେ ଅତିଥି ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା।ପରେ ବ୍ଳକ ଅଧ୍ୟକ୍ଷା ବବିତାପଟ୍ଟଯୋଶୀ ସ୍ୱ।ଗତ ଭାଷଣ ଦେଇ କାର୍ଯ୍ୟକ୍ରମ କୁ ଆଗକୁ ବଢାଇ ଥିଲେ । ଅତିଥି ମାନେ କଲାହାଣ୍ଡି ଉତ୍ସବ ର ମୁଖ୍ୟ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ଶେଷରେ ମଞ୍ଚରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ରେ ଗୀତ, ନୃତ୍ୟ ରେ ଦେଖଣା ହାରିଙ୍କ ମନ ମୋହିତ ହୋଇଥିଲା ।ଆଜିର ଏହି ଉତ୍ସବ ଘୁମୁରା ର ପରିଚାଳନା ଛିଲିପା ସରପଞ୍ଚ ବିଭୁଦତ୍ତ ପ୍ରଧାନୀ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default