ବେଲପଡ଼ା : (ବ୍ୟୁରୋ) କନୁଟ ଉଚ୍ଚ ଇଂରାଜୀ ବିଦ୍ୟାଳୟ ପ୍ରାଙ୍ଗଣରେ ୨୦୧୦ ମସିହାର ପୁରାତନ ଛାତ୍ରଛାତ୍ରୀ, ଅବସରପ୍ରାପ୍ତ ଶିକ୍ଷକ ଓ କାର୍ଯ୍ୟରତ ପ୍ରଧାନ ଶିକ୍ଷକଙ୍କ ଗରିମାମୟ ଉପସ୍ଥିତିରେ ଗୁରୁ–ଶିଷ୍ୟ ମିଳନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଛାତ୍ର ତୁଲେଶ୍ୱର୍ ଗହିର ଓ ଛାତ୍ରୀ ଶ୍ରୀମତୀ ଦିପଞ୍ଜଳି ସାହୁଙ୍କ ନେତୃତ୍ୱରେ ସମସ୍ତ ପୂଜ୍ୟ ଗୁରୁମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଅବସରରେ ଗୁରୁମାନେ ଓ ଛାତ୍ରଛାତ୍ରୀମାନେ ଅଭିଭାଷଣ ମାଧ୍ୟମରେ ପୁରୁଣା ସ୍ମୃତି ସ୍ମରଣ କରି ଗୁରୁ–ଶିଷ୍ୟ ସମ୍ପର୍କର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।
ପରିଶେଷରେ ଛାତ୍ରୀ ଶ୍ରୀମତୀ ରୋସନୀ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ। ପରେ ସମିଷ୍ଟ ମଧ୍ୟାହ୍ନ ଭୋଜନରେ ଗୁରୁମାନଙ୍କୁ ଆପ୍ୟାୟିତ କରାଯାଇ ସସମ୍ମାନରେ ବିଦାୟ ଦିଆଯାଇଥିଲା।

