କଣ୍ଟାବାଞ୍ଜି ନାଗରିକ କମିଟିର ବୈଠକ, ହସ୍ପିଟାଲ, ସଫେଇ ଓ ଟ୍ରାଫିକ ସମସ୍ୟା ଉପରେ ଆଲୋଚନା

ଆଜତକ ଓଡ଼ିଶା
0


କଣ୍ଟାବାଞ୍ଜି, ତା. ୦୬.୦୧.୨୦୨୬ (ମଙ୍ଗଳବାର) –

ସୋମବାର ସନ୍ଧ୍ୟା ୭ଟା ସମୟରେ କଣ୍ଟାବାଞ୍ଜି ହରିଭବନ୍‌ ଠାରେ କଣ୍ଟାବାଞ୍ଜି ନାଗରିକ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲର ସମସ୍ୟା, ସହରର ସଫେଇ ବ୍ୟବସ୍ଥା ଓ ଟ୍ରାଫିକ ସମସ୍ୟାକୁ କିପରି ସୁଦୃଢ଼ କରାଯାଇପାରିବ, ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।

ନାଗରିକ କମିଟି ପକ୍ଷରୁ ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ କି କି ପଦକ୍ଷେପ ନିଆଯିବ, ତାହା ଉପରେ ନଜର ଦିଆଯାଇଥିଲା। ସହରବାସୀଙ୍କ ସୁବିଧା ପାଇଁ ପ୍ରଶାସନ ସହ ସମନ୍ୱୟ କରି ଆଗକୁ କାର୍ଯ୍ୟ କରାଯିବ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା।

ଏହି ବୈଠକରେ ସଭାପତି ଅରୁନ ତାଣ୍ଡି, ଉପ-ସଭାପତି ରାଜୁ ଛତ୍ରିଆ, କୋଷାଧ୍ୟକ୍ଷ ରୋହିତ ଅଗ୍ରୱାଲ, ସାମ୍ବାଦିକ ପରିଚାଳକ କୋଶଳ ଠାକୁର ଓ ପ୍ରମୋଦ ବେହେରା, ପରାମର୍ଶଦାତା ସନ୍ତୋଷ ଅଗ୍ରୱାଲ, ସୁରଜ୍ ଜେନ, ବିଶାଳ ତାଣ୍ଡି, ଟେମୁ ନାଏକ, ସୁଶିଲ ବେହେରା ସହ ସଦସ୍ୟ ଲକ୍କି ପନିକା, ହେମସାଗର ନାଗ, ଅଜୟ ବୋଏ, ତିଲ ଚିହ୍ନାଗୁନ, ବିଶ୍ୱନାଥ ନାଗ ଓ ମାଧବ ବୋଏ ଉପସ୍ଥିତ ଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default