ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମୁଖିବିଡାଇ ରେ ବାର୍ଷିକ କ୍ରୀଡା ଉତ୍ସବ ସୁରୁଖୁରୁରେ ପାଳିତ

ଆଜତକ ଓଡ଼ିଶା
0

କୋରାପୁଟ : ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମୁଖିବିଡାଇ ରେ ବାର୍ଷିକ କ୍ରୀଡା ଉତ୍ସବ-୨୦୨୫ କାର୍ଯ୍ୟକ୍ରମ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦେବାଶ୍ରୀ ଉତ୍କଳିକା ଓ କାର୍ଯ୍ୟରତ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟ ସଭ୍ୟା ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି। ଉକ୍ତ ଉତ୍ସବ ଦୁଇ ଦିନ ଧରି ହୋଇଥିଲା। ବିଦ୍ୟାଳୟ ର ଖେଳ ଶିକ୍ଷକ ଶ୍ରୀ ରଞ୍ଜିତ କୁମାର ପ୍ରଧାନ ପ୍ରଥମ ଦିବସ ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଉପସ୍ଥିତି ରେ ଗ୍ରାମ ଦେବୀ ଙ୍କ ଠୁ ପୂଜା ପାଠ କରି ମଶାଲ ଶୋଭାଯାତ୍ରା କରି ଉଦ୍ ଘାଟନ କରାଇ ପରେ ପରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଖେଳ ମାନ କରାଯାଇଥିଲା। ସେହିପରି ଦ୍ବିତୀୟ ଦିବସ ରେ ଅବଶିଷ୍ଟ ଖେଳ ମାନ କରାଗଲା ଓ ପ୍ରିତିଭୋଜନ ପରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏହିପରି ଖୁସି ଦେଖି ପିତା ମାତା ତଥା ଅଭିଭାବକ ମହଲ ରେ ଖୁସି ର ଲହରୀ ଦେଖା ଦେଇଥିଲା।

Post a Comment

0 Comments

Please Select Embedded Mode To show the Comment System.*

3/related/default