ଜମୁଟଝୁଲା ଗାଁର ବୁଢ଼ୀ ମାଙ୍କୁ ମିଳିଲା ଚିକିତ୍ସା ସହାୟତା, ନାଗରିକ କମିଟିର ପ୍ରଶଂସନୀୟ ପଦକ୍ଷେପ

ଆଜତକ ଓଡ଼ିଶା
0

ନାଗରିକ କମିଟିର ସହଯୋଗରେ ବୁଢ଼ୀ ମାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନେଇ ଯାଉଥିବା ଦୃଶ୍ୟ।

ତୁରେକେଲା ବ୍ଲକ  – ତୁରେକେଲା ବ୍ଲକ ଧାମନଡ଼ଙ୍ଗା ପଞ୍ଚାୟତ ଅନ୍ତର୍ଗତ ଜମୁଟଝୁଲା ଗାଁର ବାସିନ୍ଦା ବାସମତି ଭୋଇ (ବୁଢ଼ୀ ମା) କିଛି ଦିନ ତଳେ ବୋରିଂ ପାଖରେ ଗାଧୁ ଥିବା ସମୟରେ ପଡ଼ିଯାଇଥିଲେ। ଏହି ଦୁର୍ଘଟଣାରେ ତାଙ୍କ ଅଣ୍ଟା ତଳେ ହାଡ଼ ଭାଙ୍ଗିଯାଇଥିଲା। ଗାଁର କିଛି ସହଯୋଗୀ ତାଙ୍କୁ ତୁରନ୍ତ କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲକୁ ନେଇ ଚିକିତ୍ସା କରାଇଥିଲେ। ଚେକ୍‌ଅପ୍ ପରେ ଡାକ୍ତରମାନେ ସର୍ଜରୀ ଆବଶ୍ୟକ ଥିବା କହି ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ରେଫର କରିଥିଲେ। କିନ୍ତୁ ଆର୍ଥିକ ଓ ଅନ୍ୟାନ୍ୟ ସମସ୍ୟା କାରଣରୁ ପ୍ରାୟ ୧୫ ଦିନ ଧରି ତାଙ୍କୁ କୌଣସି ସାହାଯ୍ୟ ମିଳିପାରି ନଥିଲା।

ନାଗରିକ କମିଟିର ସହଯୋଗରେ ବୁଢ଼ୀ ମାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନେଇ ଯାଉଥିବା ଦୃଶ୍ୟ।

 ଏହି ଖବର ପାଇ କଣ୍ଟାବାଞ୍ଜି ନାଗରିକ କମିଟିର ସଦସ୍ୟମାନେ ଜମୁଟଝୁଲା ଗାଁକୁ ଯାଇ ବୁଢ଼ୀ ମାଙ୍କ ସହ କଥାବାର୍ତ୍ତା କରି ଚିକିତ୍ସା ବ୍ୟବସ୍ଥା ପାଇଁ ଆଗେଇ ଆସିଥିଲେ। ଆଜି ୧୨.୦୧.୨୦୨୬ (ସୋମବାର) ନାଗରିକ କମିଟି ପକ୍ଷରୁ ଆମ୍ବୁଲାନ୍ସ ଯୋଗେ ବୁଢ଼ୀ ମାଙ୍କୁ ଜମୁଟଝୁଲା ଗାଁରୁ କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲକୁ ଆଣି ଚେକ୍‌ଅପ୍ କରାଯାଇଥିଲା। ଡାକ୍ତରଙ୍କ ରେଫର ଆଦେଶ ପରେ ନାଗରିକ କମିଟିର ଉପସଭାପତି ରାଜୁ ଛତ୍ରିଆ, ଏଡ୍ଭାଇଜର ଲୋକେଶ ଭୋଇ ଏବଂ ସଦସ୍ୟ ଦୁଃଖନାଶନ ମଲ୍ଲିକ, ପୃଥି ନାଗ, ଅକ୍ଷୟ ଭୋଇଙ୍କ ସହଯୋଗରେ ବୁଢ଼ୀ ମାଙ୍କୁ ବଲାଙ୍ଗିର ଭୀମ ଭୋଇ ହସ୍ପିଟାଲକୁ ନେଇ ଭର୍ତ୍ତି କରାଯାଇଛି।

ନାଗରିକ କମିଟି ପକ୍ଷରୁ ବୁଢ଼ୀ ମାଙ୍କ ଶୀଘ୍ର ସୁସ୍ଥତା ଓ ଆରୋଗ୍ୟ କାମନା କରାଯାଇଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default