ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନାରେ ଏକ ବଡ଼ ଚାଉଳ ଚୋରି ମାମଲା ରୁଜୁ ହୋଇଛି। ରାୟପୁର ନିବାସୀ ଗୋବିନ୍ଦ ପ୍ରସାଦ ଜିନ୍ଦଲଙ୍କ ଟ୍ରାନ୍ସପୋର୍ଟ ସଂସ୍ଥାର ଏକ ଟ୍ରକରୁ ଚାଉଳ ଚୋରି ହୋଇଥିବା ନେଇ ଅଭିଯୋଗ ଆସିଥିଲା। ୩୦ ଡିସେମ୍ବର ତାରିଖରେ ଟ୍ରକ ନମ୍ବର ସିଜି -୦୪-ଏନ ଏକ୍ସ -୭୨୭୭ ରାୟପୁରରୁ ବିଶାଖାପଟଣାକୁ ‘ବିଗ ବସ’ ବ୍ରାଣ୍ଡର ୭୦୦ ବସ୍ତା ଚାଉଳ ନେଇ ଯାଉଥିବା ସମୟରେ ଖରିଆର ଅଞ୍ଚଳରେ ୨୮୨ ବସ୍ତା ଚାଉଳ ଚୋରି ହୋଇଥିବା ଜଣାପଡ଼ିଥିଲା। ଏନେଇ ଖଡ଼ିଆଳ ଥାନାରେ ବିଏନଏସ ଧାରା ୩୦୬/୩୧୬(୪) ଅନୁଯାୟୀ କେସ ନମ୍ବର ୦୮/୦୧/୨୬ ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ସମୟରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଜଳନ୍ଧର ଚଲାନ, ଚିତ୍ତଦେବ ବେହେରା, ଲାଇବାନ ନିଧି ଚଲାନ ପୁଲିସ ଦ୍ୱାରା ୨୪୦ ବସ୍ତା ଚାଉଳ ଉଦ୍ଧାର କରାଯାଇଥିବାବେଳେ ବାକି ୪୨ ବସ୍ତା ଚାଉଳର ନଗଦ ଟଙ୍କା ଜବତ କରାଯାଇଛି। ସମସ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରାଯାଇଛି। ଏ ସମ୍ପର୍କରେ ଖଡ଼ିଆଳ ଥାନା ଅଧିକାରୀ ଦିଲୀପ କୁମାର ସାହୁ ଓ ଏସ୍ଡିପିଓ ଉପେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ସାଧାରଣଙ୍କୁ ଅବଗତ କରାଇଛନ୍ତି।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ

