ସର୍ଵ ଭାରତୀୟ ଲାଲ୍ ମନି ସ୍ମାରକୀ କ୍ରିକଫେଷ୍ଟ : ବିଶ୍ଵ ରେକର୍ଡ ସ୍କୋର ସହ ସମ୍ବଲପୁର ଏମ୍ ଏମ୍ ସି ସି ଦଳ ର ଚମକ୍ ପ୍ରଦ ବିଜୟ

ଆଜତକ ଓଡ଼ିଶା
0

ସୁବର୍ଣ୍ଣପୁର (ଗଣପତି) ସର୍ବ ଭାରତୀୟ ଲାଲ୍ ମନି ସ୍ମାରକୀ କ୍ରିକେଟ ର ପଞ୍ଚମ ଦିବସ ରେ ସୋନିତ କ୍ରିକେଟ କ୍ଲବ୍ (ଦିଲ୍ଲୀ) ଓ ସମ୍ବଲପୁର ଏମ୍ ଏମ୍ ସି ସି ଦଳ ମଧ୍ୟରେ ଅନୁଷ୍ଟିତ ହୋଇଥିଲା । ଟି ୨୦ ମ୍ୟାଚ୍ ରେ ଟସ୍ ଜିଣି ସମ୍ବଲପୁର ଦଳ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ହରାଇ ୩୫୨ ରନ ବିଶାଳ ସ୍କୋର କରି ବିଶ୍ଵ ରେକର୍ଡ କରିଥିଲେ । ସମ୍ବଲପୁର ଦଳ ପକ୍ଷରୁ ଅଶ୍ଵିନୀ ଚିଲ୍ଲର ୩୯ ବଲ ରେ ୧୧୧ ରନ୍, ଅନ୍ମୋଲ ୧୫ ବଲ ରେ ୪୫ ରନ୍, ମନୁ ଶୁକ୍ଳା ୧୮ ବଲ ରେ ୭୩ ରନ୍, ଲକ୍ଷ୍ୟ ୨୯ ବଲ ରେ ୬୪ ରନ୍ କରିଥିଲେ । ଦିଲ୍ଲୀ ଦଳ ପକ୍ଷରୁ ରୋଶନ ବିଷ୍ଟ ସର୍ବାଧିକ ୩ ଟି ୱିକେଟ୍, ରାକେଶ ମାହାତୋ ୨ ଟି ୱିକେଟ୍ ହାସଲ କରିଥିଲେ । ପ୍ରତି ଉତ୍ତର ରେ ଦିଲ୍ଲୀ ଦଳ ମାତ୍ର ୧୪୯ ରନ କରି ଅଲ୍ ଆଉଟ୍ ହୋଇଥିଲେ । ଦଳ ପକ୍ଷରୁ ଶ୍ରୀନାଥ ରାଉତ ୩୭ ରନ୍, ରୋହନ ଦାସ ୧୩ ବଲ ୨୯ ରନ୍, ନବୀନ କୁମାର୍ ୧୯ ବଲ ୩୨ ରନ୍ କରିଥିଲେ । ସମ୍ବଲପୁର ପକ୍ଷରୁ ୟସ୍ ପାଲ ଶର୍ମା ସର୍ବାଧିକ ୪ ଟି ୱିକେଟ୍, ଯୁଦ୍ଧବିର ୨ ଟି ୱିକେଟ୍, ପ୍ରଦୀପ ପଧାନ, ମନୁ ଶୁକ୍ଳା, ଯୋଗେଶ କୁମାର୍, ଓ ମନୀଷ ଶେରାୱତ ପ୍ରତ୍ୟେକ ୧ ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । ଟି ଟେନ ମ୍ୟାଚ୍ ରେ ୩ ୱିକେଟ୍ ହରାଇ ୧୦ ଓଭର ରେ ୨୦୫ ରନ୍ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଅଶ୍ଵିନୀ ଚିଲ୍ଲର ୨୪ ବଲ ରେ ୯୮ ରନ୍, ଲକ୍ଷ୍ୟ ୧୭ ବଲ ରେ ୩୭ ରନ, ହିମାଂଶୁ ୧୧ ବଲ ରେ ୨୯ ରନ କରିଥିଲେ । ଦିଲ୍ଲୀ ଦଳ ପକ୍ଷରୁ ରୋଷନ ବିଷ୍ଟ , ସୁବାଷ ଚକ୍ରବର୍ତ୍ତୀ, ନବୀନ କୁମାର୍ ୧ ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । ପ୍ରତି ଉତ୍ତର ରେ ଦିଲ୍ଲୀ ଦଳ ୮ ୱିକେଟ ରେ ୧୦ ଓଭର ରେ ମାତ୍ର ୮୨ ରନ କରି ପାରିଥିଲେ । ନବୀନ କୁମାର୍ ୧୪ ବଲ ରେ ୨୮ ରନ୍, ରାକେଶ ମାହାତୋ ୧୭ ରନ୍, ଉପେନ୍ଦ୍ର ପାଲ ୧୨ ରନ କରିଥିଲେ । ସମ୍ବଲପୁର ଦଳ ପକ୍ଷରୁ ୟସ ଶର୍ମା , ଅଜୟ ଯାଦବ , ଯୋଗେଶ କୁମାର ଓ ପ୍ରଦୀପ ପଧାନ ପ୍ରତ୍ୟେକ ୨ ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । ଆଜିର ମ୍ୟାଚରେ ଅତିଥି ଭାବେ ପୂର୍ବତନ ବିଧାୟକ ବିନୋଦ ପାତ୍ର, ସମାଜସେବୀ ଶ୍ରୀକାନ୍ତ ମିଶ୍ର, ଡ୍ରଗିଷ୍ଟ ଏଣ୍ଡ କେମିଷ୍ଟ ସଂଘ ସଂପାଦକ ସତ୍ୟ ନାରାୟଣ ଦର୍ୱାନ, ଓ ବଗଳା ଜ୍ୱେଲେର୍ସ ମାଲିକ ରୁପେଶ ଅଗ୍ରୱାଲ ଯୋଗ ଦେଇ ମ୍ୟାଚ୍ ଉଦ୍ଘାଟନ କରିଥିଲେ । ପୁରସ୍କାର ବିତରଣ ଉତ୍ସବ ରେ ଅତିଥି ଭାବେ ସୁଧାଂଶୁ ଗଡତିଆ ଓ ସନାତନ ଦାଶ ଯୋଗ ଦେଇ ଆଜିର ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ ହୋଇଥିବା ସମ୍ବଲପୁର ଦଳ ଖେଳାଳୀ ଅଶ୍ଵିନୀ ଚିଲ୍ଲର ଙ୍କୁ ସମ୍ୱର୍ଦ୍ଧିତ କରିଥିଲେ । ପ୍ରୁଥିରାଜ ମିଶ୍ର, ଅମିୟ ସାହୁ ମ୍ୟାଚ୍ ପରିଚାଳନା କରିଥିଲେ । କ୍ଷେତ୍ର ବାସୀ ସାହୁ ସ୍କୋରର ଭାବେ ଅନ୍ ଲାଇନ୍ ସ୍କୋରର୍ ଭାବେ ହିମାଂଶୁ ପଧାନ, ବିଶ୍ୱ ନାଥ ନାୟକ ଦାୟିତ୍ବ ତୁଲାଇ ଥିଲେ । ବି ଏସ ରାଓ, ଅଚ୍ୟୁତ ମିଶ୍ର, ପାର୍ଥ ସାରଥୀ ଦାଶ, ବିନୋଦ ମହାକୁଡ ଖେଳ ର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default