୨୧ତମ ପାତାଳୀ ମହୋତ୍ସବର ପଞ୍ଚମ ସନ୍ଧ୍ୟା

ଆଜତକ ଓଡ଼ିଶା
0

ଜମୁଛି ପାତାଳୀ ମହୋତ୍ସବର ସାଂସ୍କୃତିକ ଆସର 


ଉଲୁଣ୍ଡା ୨୩/୦୧( ରାଜେଶ କୁମାର ବାଘ)  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ଲୀଳା କ୍ଷେତ୍ର ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଚାଲିଥିବା ୨୧ତମ ପାତାଳୀ ମହୋତ୍ସବର ଆଜି ପଞ୍ଚମ ସନ୍ଧ୍ୟା ଅଧିବେଶନରେ ପହଞ୍ଚିଛି।ଏହି ଅବସରରେ ୫୬ପ୍ରହରୀ ନାମଯଜ୍ଞ, ଘୃତଯଜ୍ଞ,ଅନ୍ନଯଜ୍ଞ, ଭାଗବତ ସପ୍ତାହ ପାରାୟଣ, ସାଂସ୍କୃତିକ କାର୍ଯ୍ୟକ୍ରମ, ସାଂସ୍କୃତିକ ସଭା ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି।ଦିନକୁ ଦିନ ଶ୍ରଦ୍ଧାଳୁଙ୍କ ସଂଖ୍ୟାରେ ବଢ଼ିବାରେ ଲାଗିଛି। ମହୋତ୍ସବକୁ ଶ୍ରଦ୍ଧାଳୁ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଭୁ କୃପା ସାଉଁଟିଛନ୍ତି।ମହୋତ୍ସବର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ।ତେଣୁ ଆଜି ପଞ୍ଚମ ସନ୍ଧ୍ୟାରେ ଟ୍ରଷ୍ଟ ସମ୍ପାଦକ ଉତ୍ତର ପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରାର୍ଥୀ ପ୍ରଦୀପ ସେଠୀ ଓ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ ଯୋଗ ଦେଇ ସାଂସ୍କୃତିକ ବାର୍ତ୍ତା ରଖିଥିଲେ। ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିଲେ। ତା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ,ତରଭାର ଘୁଡକା ନୃତ୍ୟ,ପର୍ଭା ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ହଜାର ହଜାର ଦର୍ଶକ ମନଭୋରି ଉପଭୋଗ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default