ଶ୍ରୀ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଶୀତକାଳୀନ ସ୍ଵନ୍ତ୍ରତ୍ର ଶିବିର ଉଦଘାଟିତ

ଆଜତକ ଓଡ଼ିଶା
0


ଖୋର୍ଦ୍ଧା : ଶ୍ରୀଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କାଇପଦର୍ପ ରିସରରେ ଜାତୀୟ ସେବା ଯୋଜନାର "ଶୀତକାଳୀନ ସପ୍ତମ ଦିବସୀୟ ସ୍ଵତନ୍ତ୍ର ଶିବିର'" ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ସାହୁଙ୍କ ଦ୍ଵାରା ଉଦଘାଟିତ ହୋଇ ଯାଇଛି। ଏହି ଉଦଘାଟନୀ ସଭାରେ ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଡକ୍ଟର ଦିଲୀପ କୁମାର ଶ୍ରୀଚନ୍ଦନ, ପୂର୍ବତନ ଅଧ୍ୟକ୍ଷ ଅଶୋକ ଜୟସିଂଙ୍ଗ ଉପସ୍ଥିତ ରହି ସିବିରାର୍ଥି ତଥା ସିବିରାର୍ଥିନି ମାନଙ୍କୁ ଜାତୀୟ ସେବା ଯୋଜନାର ମହତ୍ତ୍ଵ ଉପରେ ଗୁରୁତ୍ୱ ଆରୋପ କରିଥିବାବେଳେ ଜାତୀୟ ସେବା ଯୋଜନାରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ତଥା ଆମ ରାଜ୍ୟରେ ଆମ ମହାବିଦ୍ୟାଳୟର ସ୍ଥାନ ସ୍ଵତନ୍ତ୍ର ବୋଲି ଦର୍ଶାଇଥିଲେ। +୩ବିଭାଗର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧକାରୀ   ଅଧ୍ୟାପକ ମାନସ କୁମାର ଜୟସିଂହ ଓ ଅଧ୍ୟାପିକା ଅନୁପମା ଚମ୍ପତିରାୟ ଯୋଗ ଦେଇ ଶିବିରକୁ ପରିଚାଳନା ଦିଗରେ ସୂଚନା ପ୍ରଦାନ କରିଥିଲେ । +୨ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଡକ୍ଟର ସୁମନ୍ତ ଦେହେରୀ ସ୍ବାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଶିବିରରେ ପଚାଶରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default