ହିନ୍ଦୋଳ, (ବ୍ୟୁରୋ) : ଛୋଟ ଏକ ପ୍ରୟାସ ସଂଗଠନର ସଦସ୍ୟମାନେ ପୁଣିଥରେ ନିଆରା ଭାବରେ ଇଂରାଜୀ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି। ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମରୁ ପୁରୁଣାକୋଟ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଦୀର୍ଘଦିନ ଧରି ଭଙ୍ଗା-ରୁଜା ଅବସ୍ଥାରେ ରହିଥିବାରୁ ଯାତାୟାତରେ ଭାରି ସମସ୍ୟା ସୃଷ୍ଟି ହେଉଥିଲା।
ରାସ୍ତାର ଦୁରବସ୍ଥା କାରଣରୁ ପ୍ରତିଦିନ ବିଭିନ୍ନ ଯାନବାହନ ଦୁର୍ଘଟଣାର ଶିକାର ହେଉଥିବା ଦେଖି ସଂଗଠନର ସଦସ୍ୟମାନେ ଆଗକୁ ଆସି ନିଜ ସ୍ୱେଚ୍ଛାଶ୍ରମରେ ରାସ୍ତାଟିର ମରାମତି କାର୍ଯ୍ୟ କରିଛନ୍ତି।
ଏହି ମାନବିକ ପଦକ୍ଷେପ ଫଳରେ ଯାତାୟାତ ସୁବିଧା ସୁଧାର ହେବା ସହ ଦୁର୍ଘଟଣାର ଆଶଙ୍କା କମିଛି। ସଂଗଠନର ଏହି ସାମାଜିକ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ମାନେ ପ୍ରଶଂସା କରି ସାଧୁବାଦ ଜଣାଇଛନ୍ତି।

