ମାଟୁପାଲି ବୀର ସୁରେନ୍ଦ୍ର ସାଏ କ୍ଲବ ୩୨ତମ ପ୍ରତିଷ୍ଠା ଦିବସ ପାଳିତ

ଆଜତକ ଓଡ଼ିଶା
0

ଉଲୁଣ୍ଡା (ରାଜେଶ କୁମାର ବାଘ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମାଟୁପାଲି ବୀର ସୁରେନ୍ଦ୍ର ସାଏ କ୍ଲବ ୩୨ ତମ ପ୍ରତିଷ୍ଠା ଦିବସ ଆଜି ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ଅବସରରେ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସମ୍ପାଦକ ଶମ୍ଭୁରାଜ କର୍ଣ୍ଣଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ସିଣ୍ଢୋଳ ସରପଞ୍ଚ ପ୍ରଦୀପ ଦେହେରୀ, ବିଜେପି ମେଟାକାନି ମଣ୍ଡଳ ସଭାପତି ମୁକୃ ବାଘ, ସରସ୍ବତୀ ଶିଶୁ ମନ୍ଦିର ଚଡ଼ାଇପଙ୍କର ସମ୍ପାଦକ ଆଦିତ୍ୟ ବ୍ରହ୍ମଚାରୀ, ଉଲୁଣ୍ଡା ଯୁବ ମହାସଂଘ ପୂର୍ବତନ ସଭାପତି ପ୍ରମୋଦ ପଧାନ ଉପସ୍ଥିତ ରହି ସ୍ୱାଧୀନତା ସଂଗ୍ରାମୀ ଙ୍କ ଯିବନି ତଥା ଯୁବ ସଂଘର ଭୂମିକା ବିଷୟରେ ଆଲୋଚନାରେ ସାମିଲ ହୋଇଥିଲେ । ଏହି ଅବସରରେ ସ୍ୱତନ୍ତ୍ର ଭାବେ ୧୬ ଦଳକୁ ନେଇ କ୍ରିକେଟ ଟୂର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା ।ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଅତିଥି ମାନେ ସାମିଲ ହୋଇ ଫିତା କାଟି ଖେଳ ଆରମ୍ଭ କରିଥିଲେ । ପ୍ରଥମ ମ୍ୟାଚଟି କେଉଁଟିପାଲି ସହିତ ବରଗାଁ ଦଳ ଭିତରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଥମେ ବ୍ୟାଟିଂ କରି କେଉଁଟିପାଲି ଦଳ ୮ ଓଭର ରେ ୫ ୱାଇକେଟ ହରାଇ ୧୧୦ ରନ ଜବାବରେ ବରଗାଁ ଦଳ ୮ ଓଭର ରେ ୯୮ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ୧୨ ରନରେ କେଉଁଟିପାଲି ବିଜୟୀ ହୋଇଥିଲେ ।ଖେଳ ପରିଚାଳନା କରିଥିଲେ ସଞ୍ଜୟ ପଟ୍ଟନାୟକ ଓ ଦୟାନିଧି ଦେହେରି ସ୍କୋରିଙ୍ଗ କରିଥିଲେ ଆଶିଷ ଭୁକ୍ତା ଓ ପ୍ରଶାନ୍ତ ମେଲ୍ଲୀ ଧାରବିବାରଣୀ ପ୍ରଦାନ କରିଥିଲେ ରାଜକିଶୋର ସୁରୁଜାଲ ଓ ଆଦିତ୍ୟ ବ୍ରହ୍ମଚାରୀ କମିଟିର ପ୍ରଶାନ୍ତ ମେଲ୍ଲୀ, ନିରଞ୍ଜନ ମେଲ୍ଲୀ, ପ୍ରିତମ ଭୁକ୍ତା, କୁଶ ମାଝୀ, ଜାଗା ସୁରୁଜାଲ, ଜୟ ସୁରୁଜାଲ ଓ ଅନ୍ୟ ମାନେ ।ଧନ୍ୟବାଦ ଦେଇଥିଲେ ସଭାପତି ଧବଳେଶ୍ୱର ଭୁକ୍ତା ।

Post a Comment

0 Comments

Please Select Embedded Mode To show the Comment System.*

3/related/default