ଚଟୁଅନକା ହାଇସ୍କୁଲ୍‌ରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

ଆଜତକ ଓଡ଼ିଶା
0

କଣ୍ଟାବାଞ୍ଜି : ତୁରେକେଲା ବ୍ଲକ୍ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚଟୁଅନକାର ଦୁଇଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି। ପ୍ରଥମ ଦିନ ଉଦ୍‌ଘାଟନୀ ଉତ୍ସବରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅନିତା ତ୍ରିପାଠୀ କ୍ରୀଡ଼ା ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ କ୍ରୀଡ଼ାର ଶୁଭାରମ୍ଭ ଘୋଷଣା କରିଥିଲେ। କ୍ରୀଡ଼ା ଶିକ୍ଷକ ରାଜେନ୍ଦ୍ର ସେଠ ଓ ସୁଶାନ୍ତ ରାଉତଙ୍କ ପରିଚାଳନାରେ ବରିଷ୍ଠ, କନିଷ୍ଠ, ଓ ସର୍ବ କନିଷ୍ଠ ବିଭାଗରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ ହିଆଲ କ୍ଲଷ୍ଟର ସିଆରସିସି ଅମରେନ୍ଦ୍ର ବାଗ ଯୋଗଦାନ କରି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କ୍ରୀଡ଼ା ଉତ୍ସବକୁ ସଫଳ କରିବାରେ ବିଦ୍ୟାଳୟର ଶିକ୍ଷକ ସରୋଜ ବରିହା, ପ୍ରବୀଣ ନାଏକ ଶିକ୍ଷୟିତ୍ରୀ ବୈଜୟନ୍ତୀ ପାଢ଼ୀ,ଶ୍ଵେତା ବାଗ,ପୁଷ୍ପାଞ୍ଜଳି ମହାପାତ୍ର,ତପସ୍ୱିନୀ ମାଝୀ, ସୁଜାତା ଶବର,ମାନସୀ ପଧାନ ପ୍ରମୁଖ ସହଯୋଗ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default