ବଲାଙ୍ଗିର ୨୪/୦୧ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଘୁନସର ରେ ଜାତୀୟ କନ୍ୟା ସନ୍ତାନ ସପ୍ତାହ ପାଳିତ ହୋଇ ଯାଇଅଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଐଶ୍ୱର୍ଯ୍ୟ ଶେଖର ଦେବତା ଙ୍କ ସଭାପତିତ୍ବରେ ବିଦ୍ୟାଳୟରେ ଏକ ସଭା କରାଯାଇଥିଲା । ଏହି ସଭାରେ କନ୍ୟା ସନ୍ତାନ ରକ୍ଷା କିପରି ଓ କାହିଁକି ଜରୁରୀ ସେ ବିଷୟରେ ପ୍ରଧାନଶିକ୍ଷକ ଶ୍ରୀ ଦେବତା ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ କାହାଣୀ ମାଧ୍ୟମରେ ବୁଝାଇଥିଲେ । କନ୍ୟା ଜନ୍ମ ହୋଇ ଶିକ୍ଷିତ ହେଲେ ନିଜ ଘର ତଥା ଗାଆଁ ଓ ଅଞ୍ଚଳ କୁ ଶିକ୍ଷିତ କରିପାରିବ, ନାରୀ ଆଜି ପ୍ରତ୍ୟେକ କ୍ଷେତ୍ର ରେ ପୁରୁଷ ସହ ସମକକ୍ଷ ହୋଇ ପାରିଛି । ପୁରୁଷ ଙ୍କୁ ଟପି ଯାଇ ସବୁବେଳେ ନିଜ ପାରଦର୍ଶିତା ପ୍ରମାଣ ଦେଉଛି ।
ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ହେଉ କିମ୍ବା ପ୍ରଶାସନିକ ସେବା କ୍ଷେତ୍ର ରେ ହେଉ ନାରୀ ନିଜ ଦକ୍ଷତା ବଳ ରେ ସର୍ବାଗ୍ରେ ନିଜ ସ୍ଥାନ ସଂରକ୍ଷିତ କରି ପାରୁଛି । ଆଜି ର ଦିନରେ ନାରୀ କେବଳ ରୋଷେଇଶାଳାରେ ରେ ସୀମିତ ନୁହେଁ, ସେ ନିଜ ର ଜ୍ଞାନ ଓ ଓ ସାହାସ ବଳରେ ଅଟୋ ଚଳେଇବା ଠାରୁ ଆକାଶପଥରେ ବିମାନ ଚଳେଇବା ପର୍ଯ୍ୟନ୍ତ କାର୍ଯ୍ୟ ସୁଚାରୁ ରୂପେ ସଂପାଦନ କରି ପାରୁଛି । ଆଜି ନାରୀ ମହାକାଶ ରେ ମଧ୍ୟ ପହଞ୍ଚି ପାରିଛି । ଆମ ଭାରତ ର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମଧ୍ୟ ଜଣେ ନାରୀ, ସେ ଦେଶ ର ସର୍ବୋଚ୍ଚ ନାଗରିକ ହୋଇ ଆମ ଭାରତ ଦେଶକୁ ସାରା ବିଶ୍ବ ରେ ପରିଚିତ କରାଇ ପାରିଛନ୍ତି । ତାଙ୍କ ଆଗରେ ସାର ବିଶ୍ବ ସାଲ୍ୟୁଟ୍ କରୁଛି । ନାରୀଙ୍କ ପାରଦର୍ଶିତା ଦେଖିବାକୁ ଗଲେ ଆମ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ବଡ଼ ଉଦାହରଣ କ'ଣ ହୋଇପାରେ ? ତେଣୁ ଆମେ ସମସ୍ତେ ମିଶି କନ୍ୟା ସନ୍ତାନ କୁ ରକ୍ଷା କରିବା ସହିତ ନାରୀକୁ ସମ୍ମାନ ଦେବା ନିହାତି ଜରୁରୀ ବୋଲି ମଞ୍ଚସିନ ଅତିଥି କହିଥିଲେ । ସଭାକୁ ବିଦ୍ୟାଳୟ ର ଶିକ୍ଷକ ଉସତ୍ ଗଡତିଆ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ଝରଣା କର ଧନ୍ୟବାଦ୍ ଦେଇଥିଲେ । ସଭା ଶେଷରେ ସମସ୍ତ ଅତିଥି, ଛାତ୍ର ଛାତ୍ରୀ ମିଶି ଘୁନସର୍ ଗ୍ରାମ ପରିକ୍ରମା କରି ଲୋକ ମାନକୁ କନ୍ୟା ସନ୍ତାନ ରକ୍ଷା କରିବାକୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଶିକ୍ଷକ ଗୌର ମାଝୀ, କୃଷ୍ଣଧର ପାତ୍ର, ଶିକ୍ଷୟତ୍ରୀ ଦିପାଞ୍ଜଲି ପ୍ରଧାନ, କନିଷ୍ଠ ସହାୟକ କାହ୍ନୁଚରଣ ସାହୁ, ପିଅନ ଦୁର୍ଯ୍ୟୋଧନ ସାହୁ, ଅଲେଖ ସ୍ୱାଇଁ, ୱାଚ୍ ଏଣ୍ଡ ୱାଡ ରମେଶ ମାଝୀ, ହାଉସ୍ କିପିଂ କ୍ଷମାସାଗର ବାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।


