ସୁବର୍ଣ୍ଣପୁର (ଗଣପତି ବାଘ) ନିଜକୁ ନିଜେ ଗୁଳି ମାରି ଆତ୍ମହତ୍ୟା କଲେ ଯୁବ କଂଗ୍ରେସ ନେତା ରାଜେଶ ମିଶ୍ର । ସୁବର୍ଣ୍ଣପୁର ସହରର ଭଗବତୀ ପ୍ଲଟ ସ୍ଥିତ ନିଜ ଘରେ ଗୁଳି ବିଦ୍ଧ ଅବସ୍ଥାରେ ପଡିଛି ମୃତଦେହ । ତାଙ୍କ ଘରକୁ ସୋନପୁର ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ସେ ଜଣେ ସୁ ସଂଗଠକ, ମିଷ୍ଟ ଭାଷୀ ଓ ମେଳାପି ବ୍ୟକ୍ତି ଥିବାବେଳେ କିଛି ଦିନ ତଳେ ତାଙ୍କୁ କଂଗ୍ରେସ ର କୋଷାଧ୍ୟକ୍ଷ ଭାବେ ଦାୟିତ୍ଵ ମିଳିଥିଲା । ଆଗରୁ ମଧ୍ୟ କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ଆସିଥିଲେ । ଘଟଣା ସ୍ଥଳ କୁ ବଲାଙ୍ଗୀର ଓ ସମ୍ବଲପୁରରୁ ଦୁଇଟି ସାଇଣ୍ଟିଫଟିମ ପହଁଞ୍ଚି ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଛି । ଅପରପକ୍ଷରେ ଘଟଣାର ତଦନ୍ତ ଚାଲିଛି ଶବକୁ ଜବତ୍ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିବା ବେଳେ ମୃତକଙ୍କ ପାଖରୁ ବନ୍ଧୁକ, ମେଗାଜିନ, ଗୋଟିଏ କେଟ୍ରିଜ୍ ଓ ମୋବାଇଲ୍ କୁ ଜବତ୍ କରାଯାଇଥିବା କହିଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ। ତେବେ ପାରିବାରିକ କଳହରୁ ନିଜକୁ ଗୁଳି ମାରିଥିବା ପ୍ରାଥମିକ ତଦନ୍ତ କରୁଥିବା ସେ ସୂଚନା ଦେଇଛନ୍ତି ।
 |
| ନିଜକୁ ନିଜେ ଗୁଳି ମାରି ଆତ୍ମହତ୍ୟା କଲେ ଯୁବ କଂଗ୍ରେସ ନେତା ରାଜେଶ ମିଶ୍ର |