କଣ୍ଟାବାଞ୍ଜି : (ବ୍ୟୁରୋ) ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ରାଜେନ୍ଦ୍ର ନଗର ନିବାସୀ ଚେତନ୍ୟ ଦୀପଙ୍କ ବଡ଼ ଝିଅ ଦୋହିତା ଦୀପ Central Industrial Security Force (CISF) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ତାଙ୍କ ଏହି କୃତିତ୍ୱ ଖବର ଶୁଣି କଣ୍ଟାବାଞ୍ଜି ନାଗରିକ କମିଟି ପକ୍ଷରୁ ତାଙ୍କ ନିବାସକୁ ଯାଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ଏହି ଅବସରରେ ନାଗରିକ କମିଟିର ସଭାପତି ଅରୁନ ତାଣ୍ଡି, ଉପ-ସଭାପତି ରାଜୁ ଛତ୍ରିଆ, ସହ-ସଂପାଦକ ଜିତୁ ସୁନା, ସାମ୍ବାଦିକ ପରିଚାଳକ ପ୍ରମୋଦ କୁମାର ବେହେରା, ପରାମର୍ଶଦାତା ଲୋକେଶ ଭୋଇ, ବିଶାଳ ତାଣ୍ଡି ଓ ସଦସ୍ୟ ଦୁଃଖନାଶନ ମଲ୍ଲିକ ଉପସ୍ଥିତ ଥିଲେ। ନାଗରିକ କମିଟି ପକ୍ଷରୁ ଦୋହିତା ଦୀପଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଯାଇଛି।

