ଅଧ୍ୟାପକ ଉଦ୍ଧବ ପଧାନଙ୍କୁ ଶ୍ରେଷ୍ଠ ନାଗରିକ ସମ୍ମାନ

ଆଜତକ ଓଡ଼ିଶା
0

ଉଲୁଣ୍ଡା ୨୧/୦୧ (ରାଜେଶ କୁମାର ବାଘ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର କାଦୋଦର ସ୍ଥିତ ମାଁ ଉମାଦେବୀ ଅଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆଇଟି ଅଧ୍ୟାପକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଯୁବ ରେଡକ୍ରସ କାଉନସେଲର ଉଦ୍ଧବ ପଧାନଙ୍କୁ ଶ୍ରେଷ୍ଠ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି।ହେପି ମୋମେଣ୍ଟ ଇଣ୍ଡିଆ ଆନୁକୂଲ୍ୟରେ କୋରାପୁଟ ଜିଲ୍ଲା ସ୍ଥିତ ହୋଟେଲ ହେଲୋ ଜୟପୁର ଠାରେ ଜାତୀୟ ସ୍ତର ସମ୍ମିଳନୀ ଏବଂ "ଶ୍ରେଷ୍ଠ ନାଗରିକ ପୁରସ୍କାର-୨୦୨୬" ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଥିଲା | ଅଧ୍ୟାପକ ଶ୍ରୀ ପଧାନଙ୍କୁ ଶିକ୍ଷା,ସମାଜ ସେବା, ଅନ୍ଧବିଶ୍ବାସ ଉପରେ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟ ଅତିଥି ଶ୍ରୀ ବି.ବି. ମହାପାତ୍ର, କର ଓ ବାଣିଜ୍ୟ ବିଶେଷଜ୍ଞ, ପୂର୍ବତନ କେନ୍ଦ୍ରୀୟ କର ଆୟୁକ୍ତ, ସମ୍ମାନିତ ଅତିଥି ଭାବେ ଡ଼ା. ଜ୍ୟୋତ୍ସ୍ନାରାନୀ ପଣ୍ଡା, ଶିକ୍ଷାବିତ ଓ ସାମାଜିକ କର୍ମୀ, ପି. ରମେଶ ପଟ୍ଟନାୟକ, ଉଚ୍ଚ ନ୍ୟାୟାଳୟ, କଟକ, ଜୟନ୍ତ ସାୟନ୍ତ୍ରା ସିନେ ଆର୍ଟିଷ୍ଟ, ଡ଼. ଜଗଦୀଶ ବେହରା ପ୍ରମୁଖ ଉପସ୍ଥିତ ରହି ମାନପତ୍ର, ଉପଢୌକନ ଓ ଟ୍ରଫି ଦେଇ ସଂମ୍ମାନିତ କରିଥିଲେ ।ଦେଶ ର ବିଭିନ୍ନ ରାଜ୍ୟରୁ ଶିକ୍ଷା, ସେବା,କଳା, ସ୍ଵାସ୍ତ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାଙ୍କୁ ସମର୍ଦ୍ଧିତ କରାଯାଇଥିଲା । ସମାରୋହକୁ ବିଶିଷ୍ଟ ଶିଳ୍ପୀ ସୁଦର୍ଶନ ଆର୍ଟିଷ୍ଟ ଅଶୋକ ମହାରଣା ପରିଚାଳନା କରିଥିବା ବେଳେ ସଂସ୍ଥାପକ ତଥା ଅଧ୍ୟକ୍ଷ ଡ଼.ରାଜେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default