ଝରିଗାଁ : ନିର୍ବାଚନ ପ୍ରଚାର ସମୟରେ ବିଜେପି ସରକାର କୁ ଆସିଲେ ୮୦ବର୍ଷରୁ ଉର୍ଦ୍ଧ ବୟସ ହୋଇଥିବା ବୃଦ୍ଧବୃଦ୍ଧା ମାନଙ୍କୁ ୩୫୦୦ଟଙ୍କା ଲେଖାଏ ପେନସନ ଦେବି ବୋଲି ପ୍ରତିଶୃତି ଦେଇଥିଲା |ହେଲେ ରାଜ୍ୟରେ ବିଜେପି ସରକାର ଗଢିବାର ବର୍ଷେ ହେଉଥିଲେ ମଧ୍ୟ ଆଜିଯାଏ ଅନେକାଂଶ କ୍ଷେତ୍ରରେ ୩୫୦୦ଟଙ୍କା ପେନସନ ଦିଆଯାଉନାହିଁ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକରେ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଳଗାଁ ପଂଚାୟତ ଅନ୍ତର୍ଗତ ମହଣ୍ଡି ଗ୍ରାମରେ ବସବାସ କରୁଥିବା ବିଧବା କଳାବତୀ ଭତରାଙ୍କ ବୟସ ବର୍ତମାନ ୯୦କୁ ଟପିଲାଣି, ତଥାପି ସେ ମାସକୁ ୧୦୦୦ଟଙ୍କା ହିଁ ବିଧବା ଭତ୍ତା ପାଉଥିବା ଅଭିଯୋଗ କରିଛନ୍ତି । ଦୀର୍ଘ ବର୍ଷ ପୂର୍ବରୁ ପାଇଥିବା ଇନ୍ଦିରା ଆବାସ ଘରେ ରହଣି କରିଥିବା ବେଳେ, ମାସକୁ ୧୦୦୦ଟଙ୍କା ଓ ୫କେଜି ପିଡିଏସ ଚାଉଳରେ ଗୁଜୁରାଣ କରୁଛନ୍ତି । ୩୫୦୦ଟଙ୍କା ଭତ୍ତା ପାଇଁ ପଂଚାୟତର ୱାର୍ଡ ମେମ୍ବର, ସରପଞ୍ଚ ଓ ପିଇଓ ଙ୍କୁ ଅନେକ ଥର କାଗଜପତ୍ର ଦେଇଥିଲେ ହେଁ, ଏଯାଏ ସେ ୩୫୦୦ଟଙ୍କିଆ ପେନସନରୁ ବଂଚିତ ରହୁଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି । ପ୍ରଶାସନ ତାଙ୍କୁ ମାସକୁ ୩୫୦୦ଟଙ୍କା ଭତ୍ତା ଆକାରରେ ପ୍ରଦାନ କଲେ ସେ ଉପକୃତ ହୁଅନ୍ତା ବୋଲି ଗ୍ରାମବାସୀ ଦାବୀ କରିଛନ୍ତି ।
ଝରିଗାଁ ରୁ ବୁଦୁରାମ ଗଣ୍ଡ ଙ୍କ ରିପୋର୍ଟ ଆଜତକ ଓଡିଶା

