ନୂଆପଡା, (ପରମେଶ୍ୱର ମେହେର) ସାରା ଦେଶ ସହିତ ନୂଆପଡା ଜିଲ୍ଲାରେ ମଧ୍ୟ ଉତ୍ସାହ ଓ ଗର୍ବର ସହ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ସରକାରୀ, ବେସରକାରୀ ଅନୁଷ୍ଠାନ ସହ ଘରେଘରେ ତ୍ରିରଙ୍ଗା ପତାକା ଉଡି ଦେଶଭକ୍ତିର ପରିବେଶ ସୃଷ୍ଟି କରିଥିଲା। ସିନାପାଲି ବ୍ଲକ ଅନ୍ତର୍ଗତ ପି.ଏମ୍. ଶ୍ରୀ ଉଚ୍ଚ ବିଦ୍ୟାଳୟ ପଡିଆରେ ବ୍ଲକ ପ୍ରଶାସନର ନେତୃତ୍ୱରେ ସାଧାରଣତନ୍ତ୍ର ଦିବସ ଧୁମଧାମରେ ପାଳିତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଡିଓ କର୍ମୀ ଓରାମ ପେରେଡରେ ଭାଗନେଇଥିବା ଛାତ୍ରଛାତ୍ରୀମାନଙ୍କ ସହ ସାକ୍ଷାତ କରି ପଡିଆ ପରିକ୍ରମା କରିଥିଲେ। ପରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ପେରେଡ ଅଭିବାଦନ ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ଶିକ୍ଷା ଅଧିକାରୀ ଜତୀନ୍ଦ୍ର ସେଠ, ପ୍ରଧାନ ଶିକ୍ଷକ ଲଲିତ କୁମାର ସୁନାରୀ, ସରପଞ୍ଚ ସୁନିତା ମେହେର, ପ୍ରେସକ୍ଲବ ସଭାପତି ଅଜିତ କୁମାର ଯୋଶୀ, ଜିଲ୍ଲାପରିଷଦ ସଦସ୍ୟା ଆଶା ଜୈନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଳମଣି ମେହେର, ପୂର୍ବତନ ବିଧାୟକ ପାର୍ଥ ବୈଷମ୍ପାୟନ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ରକ୍ତଦାନ କରିଥିବା ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରାଯାଇଥିଲା। ପେରେଡରେ ସିନାପାଲି ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀମାନେ ଉକୃଷ୍ଟ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ତଥାପି, ପୂର୍ବ ପ୍ରସ୍ତୁତି ଅଭାବରୁ ପଡିଆରେ ପାଣି ଛିଞ୍ଚନ କରାଯାଇନଥିବାରୁ ପେରେଡ ସମୟରେ ଧୁଳି ଉଠିଥିଲା, ଯାହାରେ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ଉତ୍ସାହ ଓ ଗର୍ବ ସହ ପାଳିତ ହେଲା ୭୭ତମ ସାଧାରଣତନ୍ତ୍ର ଦିବସ
Tuesday, January 27, 2026
0