ଖଡିଆଳ ବିଧାନସଭା କଂଗ୍ରେସ ପକ୍ଷ ରୁ ଦାଦନ ଶ୍ରମିକଙ୍କୁ ଅତ୍ୟାଚାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ଖଡିଆଳ ଥାନା ଅଧିକାରୀଙ୍କୁ ଦାବୀପତ୍ର

ଆଜତକ ଓଡ଼ିଶା
0

ନୁଆପଡ଼ା : (ବିରବଲ ପ୍ରଧାନ) ନୁଆପଡ଼ା ଜିଲ୍ଲା ଖଡିଆଳ ବିଧାନସଭା କଂଗ୍ରେସ କମିଟି ପକ୍ଷ ରୁ ଦାଦନ ଶ୍ରମିକ ବିଦ୍ୟାଧର ମାଝୀଙ୍କୁ ଅମାନୁଷିକ ଅତ୍ୟାଚାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ଖଡିଆଳ ଥାନା ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ଆସନ୍ତା ସାତ ଦିନ ମଧ୍ୟରେ ଅଭିଯୁକ୍ତ ଙ୍କୁ ଗିରଫ ଦାବୀ କରିଥିବା ବେଳେ ଥାନା ଘେରାଉ କରିବା ନେଇ ଚେତାବନୀ ଦେଇଛନ୍ତି। ଖଡିଆଳ କମଲ ଚରଣ ତାଣ୍ଡିଁ ଙ୍କ ନେତୃତ୍ୱ ରେ ବହୁ କର୍ମୀ ଯୋଗ ଦେଇଥିଲେ। ବିଦ୍ୟାଧର ମାଝୀଙ୍କୁ ଟ୍ରେନ ରୁ ଅପହରଣ କରିଥିବା ବେଳେ ବିଦ୍ୟୁତ୍ କରେଣ୍ଟ ଦେଇ ଜାଳି ଦେବା ଉଦ୍ୟମ କରିଥିଲେ। ଏଭଳି ଘଟଣା ଦେହ ଥରି ଯାଉଥିବା ବେଳେ କାର୍ଯ୍ୟାନୁଷ୍ଠାନ କିଛି ହୋଇ ନାହିଁ। ଆବଶ୍ୟକ ପଦକ୍ଷେପ ପାଇଁ ଅନୁରୋଧ।

Post a Comment

0 Comments

Please Select Embedded Mode To show the Comment System.*

3/related/default