ବଲାଙ୍ଗିର : (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ସୋଳବନ୍ଧ ଗ୍ରାମରେ ଥିବା ପିଏମଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ (କେଜିବିଭି )ରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି !ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରୁ ସିଂ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଝିଅଟିଏ ହିଁ ସମାଜର ଗର୍ବ, ତା’ର ସୁରକ୍ଷା ଓ ସମ୍ମାନ ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ !
ସାରା ଦେଶ ପାଳନ କରୁଛି 'ଜାତୀୟ କନ୍ୟା ସନ୍ତାନ ଦିବସ' । ୨୦୨୬ ମସିହାର ଏହି ବିଶେଷ ଦିନଟି କେବଳ ଏକ ପର୍ବ ନୁହେଁ, ବରଂ କନ୍ୟାମାନଙ୍କ ଅଧିକାର, ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସମାଜରେ ସେମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ପାଇଁ ଏକ ସଙ୍କଳ୍ପ ନେବାର ଦିନ ।
"ଜଣେ ଶିଶୁକନ୍ୟା କେବଳ ଖାଲି ଝିଅ ନୁହେଁ, ସେ ହେଉଛି ଆସନ୍ତାକାଲିର ସ୍ରଷ୍ଟା, ସଭ୍ୟତାର ମୂଳଦୁଆ ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତର ପ୍ରତୀକ ।" ଆଜି ସାରା ଦେଶ ପାଳନ କରୁଛି 'ଜାତୀୟ କନ୍ୟା ସନ୍ତାନ ଦିବସ' ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ଜାନୁଆରୀ ୨୪ ତାରିଖକୁ ଭାରତରେ ଜାତୀୟ କନ୍ୟା ସନ୍ତାନ ଦିବସ ଭାବେ ପାଳନ କରାଯାଏ । ୨୦୦୮ ମସିହାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଏହି ଅଭିଯାନ ଆରମ୍ଭ କରାଯାଇଥିଲା । ସମାଜରେ କନ୍ୟା ସନ୍ତାନମାନେ ସାମ୍ନା କରୁଥିବା ଅସମାନତା, ଶିକ୍ଷାର ଅଭାବ ଏବଂ ଅନ୍ୟାନ୍ୟ କୁସଂସ୍କାର ବିରୋଧରେ ଜନସଚେତନତା ସୃଷ୍ଟି କରିବା ଏହାର ମୂଳ ଲକ୍ଷ୍ୟ । ଏହି ଐତିହାସିକ ଦିନଟି ଆମକୁ ମନେ ପକାଇ ଦିଏ ଯେ, ଯେତେବେଳେ ଜଣେ ଝିଅ ଶିକ୍ଷିତ ହୁଏ, ସେତେବେଳେ କେବଳ ଏକ ପରିବାର ନୁହେଁ ବରଂ ସମଗ୍ର ଦେଶ ପ୍ରଗତି ପଥରେ ଆଗେଇ ଚାଲେ । ଏହି ସମସ୍ୟା ଦୂର କରିବା ପାଇଁ କେବଳ ସରକାରୀ ନୀତି ଯଥେଷ୍ଟ ନୁହେଁ, ବରଂ ସାମାଜିକ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ । ଜଣେ ଝିଅକୁ ପୁଅ ସହ ସମାନ ଭାବେ ବଢ଼ିବାର ସୁଯୋଗ ଦେବା, ତାକୁ ନିଜର ସ୍ୱପ୍ନ ପୂରଣ କରିବାକୁ ସାହସ ଦେବା ହେଉଛି ପ୍ରକୃତ ସମ୍ମାନ ବୋଲି ଉପସ୍ଥିତ ମଞ୍ଚାସିନ ଅତିଥି ତଥା ଶିକ୍ଷକ ନିଜ ନିଜ ବ୍ୟକ୍ତ ରଖିଥିଲେ। ଏହି ଦିବସଟିକୁ ଅଧିକ ଆକର୍ଷଣ କରିବା ଏବଂ ସମାଜରେ ସଚେତନତା ସୃଷ୍ଟି କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଗ୍ରାମ ପରିକ୍ରମା କରାଯାଇଥିଲା । ଏହି କାର୍ଯ୍ୟକ୍ରମଟିକୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।


