ଆକ୍ସିଡେଣ୍ଟରେ ଆହତ ଶିଶୁ, ନାଗରିକ କମିଟିର ମାନବିକତା

ଆଜତକ ଓଡ଼ିଶା
0

କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଡ୍ରେସିଂ ସାମଗ୍ରୀ ଅଭାବ ନେଇ ଅଭିଯୋଗ


କଣ୍ଟାବାଞ୍ଜି : (ନ୍ୟୁଜ ବ୍ୟୁରୋ) ଗତକାଲି ଅପରାହ୍ନ ପ୍ରାୟ ୩ଟା ସମୟରେ କୁର୍ଲି ରୁ ବେହେରେନସିଲେଟ ଯିବା ସମୟରେ ବେହେରେନସିଲେଟ ଗାଁ ନିକଟରେ ଏକ ଆକ୍ଟିଭା ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ କାକା ଜର୍ସି ମାଝୀ (ବୟସ ୨୫) ଓ ତାଙ୍କ ଭାଇପୁଅ ବୀରେନ୍ଦ୍ର ମାଝୀ (ବୟସ ୭) ଆହତ ହୋଇଥିଲେ।

ଶିଶୁ ବୀରେନ୍ଦ୍ରଙ୍କୁ ଗୁରୁତର ଆଘାତ ଲାଗିଥିବା ବେଳେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ୭ଟି ଟାକା (ଷ୍ଟିଚ୍) ଦିଆଯାଇଛି। ଜର୍ସି ମାଝୀଙ୍କ ମୁହଁରେ ମଧ୍ୟ ଆଘାତ ଲାଗିଥିଲା।ଘଟଣା ସମୟରେ ନାଗରିକ କମିଟିର ଉପ-ସଭାପତି ଶ୍ରୀ ରାଜୁ ଛତ୍ରିଆ ଓ ସହ-ସମ୍ପାଦକ ଶ୍ରୀ ଜିତୁ ସୁନା ଆହତମାନଙ୍କୁ ତୁରନ୍ତ ସହାୟତା କରିଥିଲେ। ପରେ ପରିବାର ଲୋକେ ପହଞ୍ଚି ତାଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି ଘଟଣା ସହିତ କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ୨.୦ ଓ ୩.୦ ସୂତା ଭଳି ଆବଶ୍ୟକୀୟ ଡ୍ରେସିଂ ସାମଗ୍ରୀ ଉପଲବ୍ଧ ନଥିବା ଅଭିଯୋଗ ଆସିଛି। ସରକାର ମାଗଣାରେ ଯୋଗାଇ ଦେଉଥିବା ସାମଗ୍ରୀ ବାହାର ମେଡିକାଲରେ ମୂଲ୍ୟ ଦେଇ କିଣିବାକୁ ପଡୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ତଦନ୍ତ କରି ବ୍ୟବସ୍ଥା ନେବାକୁ ସାଧାରଣ ଦାବି ହେଉଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default