ତୁରେକେଲା, (ନ୍ୟୁଜ ବ୍ୟୁରୋ) ତୁରେକେଲା ଥାନା ଅନ୍ତର୍ଗତ ବ୍ୟାଙ୍କପଡ଼ା ନିକଟରେ ଥିବା ଗୋଟିଏ ବିଦ୍ୟୁତ୍ ଖୁଣ୍ଟ ବର୍ତ୍ତମାନ ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ରହିଛି। ଖୁଣ୍ଟ ଟି ସମ୍ପୂର୍ଣ୍ଣ ଭାବେ କଳଙ୍କି ଲାଗି ନଷ୍ଟ ହୋଇଯାଇଥିବା ସହ ଯେକୌଣସି ମୁହୂର୍ତ୍ତରେ ଭାଙ୍ଗି ପଡ଼ି ବଡ଼ ଦୁର୍ଘଟଣା ଘଟିପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ବିପଦଜନକ ବିଦ୍ୟୁତ୍ ଖୁଣ୍ଟ ସମ୍ପର୍କରେ ବିଦ୍ୟୁତ୍ ବିଭାଗର SDOଙ୍କୁ ବାରମ୍ବାର ଜଣାଇବା ସହିତ ଫୋନ୍ ଯୋଗେ ମଧ୍ୟ ସୂଚନା ଦିଆଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦା ଆଲୋକ ସାହୁ, ଈଶ୍ୱର ନାଏକ, ତୁଷାର ସାହୁ, ସାଧନାନନ୍ଦ ନାଏକ, ସୁମିତ ପୁଟେଲ, ଆଶିଷ ରାଉତ, ମୋହିତ ରଞ୍ଜନ ପାଣ୍ଡା ଓ ଦେବାଶିଷ ପାଣ୍ଡା ପ୍ରମୁଖ କହିଛନ୍ତି ଯେ, ଯଦି ଆଗାମୀ ଦିନରେ କୌଣସି ଅଘଟଣ ଘଟେ, ତାହାପାଇଁ ଦାୟୀ କିଏ ରହିବ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏହି ବିପଦଜନକ ଖୁଣ୍ଟକୁ ତୁରନ୍ତ ବଦଳାଇବା କିମ୍ବା ସୁରକ୍ଷିତ କରିବା ପାଇଁ ପ୍ରଶାସନ ଓ ବିଦ୍ୟୁତ୍ ବିଭାଗ ତୁରନ୍ତ ହସ୍ତକ୍ଷେପ କରିବାକୁ ସ୍ଥାନୀୟ ଲୋକେ ଜୋରଦାର ଦାବି କରିଛନ୍ତି।
ବିପଦଜନକ ଅବସ୍ଥାରେ ବିଦ୍ୟୁତ୍ ଖୁଣ୍ଟ , ଅଘଟଣ ଆଶଙ୍କା; SDOଙ୍କ ଅବହେଳା ଅଭିଯୋଗ
Monday, December 29, 2025
0