ଅସହାୟ ବୃଦ୍ଧାଙ୍କୁ AB+ ବ୍ଲଡ଼ ଯୋଗାଇ ସଫଳ ହେଲା କଣ୍ଟାବାଞ୍ଜି ନାଗରିକ କମିଟି

ଆଜତକ ଓଡ଼ିଶା
0


କଣ୍ଟାବାଞ୍ଜି (ବ୍ୟୁରୋ) ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଧାମନଡ଼ଙ୍ଗା ପଞ୍ଚାୟତ ଅନ୍ତର୍ଗତ ଜାମୁଟଝୁଲା ଗ୍ରାମର ଜଣେ ଅସହାୟ ବୃଦ୍ଧା ମହିଳାଙ୍କୁ ସହାୟତା ପ୍ରଦାନ କରି କଣ୍ଟାବାଞ୍ଜି ନାଗରିକ କମିଟି ଏକ ମାନବିକ ଦୃଷ୍ଟାନ୍ତ ସୃଷ୍ଟି କରିଛି।

କିଛି ଦିନ ପୂର୍ବେ ଅସୁସ୍ଥ ବୃଦ୍ଧାଙ୍କୁ କଣ୍ଟାବାଞ୍ଜି ମୁଖ୍ୟ ଚିକିତ୍ସାଳୟରୁ ସ୍ଥାନ୍ତାରିତ କରି ବଲାଙ୍ଗୀରର ସ୍ୱରାଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ତାଙ୍କର ଶସ୍ତ୍ରକ୍ରିୟା (ସର୍ଜେରୀ) ଆବଶ୍ୟକ ବୋଲି ମତ ପ୍ରକାଶ କରିଥିବା ସହ AB+ ବ୍ଲଡ଼ର ଆବଶ୍ୟକତା ଥିବା କଥା ଜଣାଇଥିଲେ।

ଏହାପରେ କମିଟିର ସଭାପତି ଅରୁନ କୁମାର ତାଣ୍ଡି, ଉପସଭାପତି ରାଜୁ ଛତ୍ରିଆ, ସମ୍ପାଦକ ଜିତୁ ସୁନା, ପରାମର୍ଶଦାତା ଲୋକେଶ ଭୋଇ ଓ ସଦସ୍ୟ ବିଦୁର ନାଗ ମିଶି ଦୁଇ ଦିନ ଧରି ରକ୍ତଦାତା ଖୋଜିଥିଲେ।

ଶେଷରେ ବଲାଙ୍ଗୀର ଜିଲ୍ଲାର ରାକେଶ ଜେନାଙ୍କ ସହ ଯୋଗାଯୋଗ ସ୍ଥାପନ ପରେ ବଲାଙ୍ଗୀର ଜିଲ୍ଲା ରାମସେନାର ସଦସ୍ୟମାନେ ଆଗକୁ ଆସି AB+ ବ୍ଲଡ଼ ଦାନ କରିଥିଲେ। ଫଳରେ ଅସହାୟ ବୃଦ୍ଧାଙ୍କ ଚିକିତ୍ସା ପ୍ରକ୍ରିୟା ସଫଳ ଭାବେ ଆଗକୁ ବଢ଼ିପାରିଛି।

କଣ୍ଟାବାଞ୍ଜି ନାଗରିକ କମିଟିର ଏହି ମାନବିକ ପ୍ରୟାସକୁ ସ୍ଥାନୀୟ ଲୋକମାନେ ଭୁରିଭୁରି ପ୍ରଶଂସା କରୁଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*

3/related/default