ମୁରିବାହାଲ ବ୍ଲକ ସ୍ତରୀୟ ପୋଷଣୀୟ ଜୀବନ ଶୈଳୀ ପ୍ରଦର୍ଶନୀ

ଆଜତକ ଓଡ଼ିଶା
0

ମୁରିବାହାଲ ୧୫। ୦୧ (ଲକ୍ଷ୍ମୀକାନ୍ତ ଧରୁଆ) ମୁରିବାହାଲ ବ୍ଲକ ଗୁରୁଣ୍ଡା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ପୋଷଣୀୟ ଜୀବନ ଶୈଳୀ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି।ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ, କୃଷି ପରିବେଶ ବୃଦ୍ଧି, ସାଂସ୍କୃତିକ ପର୍ଯ୍ୟବରଣ ସେବା ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀ କୁ ମୁଖ୍ୟ ଅଥିତି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାଶ ଚନ୍ଦ୍ର ଭୋଇ  ଯୋଗଦେଇ ପ୍ରଦର୍ଶନୀ କୁ ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବ ରେ ଶ୍ରୀମନ୍ତ କୁମାର ନାୟକ, ପୁରୁଷୋତ୍ତମ ବାଗ, ଦିଗନ୍ତ ମେହେର, ସନ୍ତୋଷ କୁମାର ସରାଫ, ମୋହନ ଲାଲ ସରାଫ ପ୍ରମୁଖ ମଞ୍ଚାସିନ ଥିଲେ। ବ୍ଲକ ର ସମସ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ପୋଷଣୀୟ ଜୀବନ ଶୈଳୀ ଉପରେ  ପ୍ରଦର୍ଶନୀ କରିଥିଲେ। ବିଚାରକ ଭାବରେ ଅମରେନ୍ଦ୍ର ହୋତା, ବ୍ରହ୍ମାନନ୍ଦ ପୁହାଣ ଏବଂ ସନ୍ତୋଷ କୁମାର ମିଶ୍ର ମଞ୍ଚାସିନ ଥିଲେ। ଏହି ଅବସରରେ ମଞ୍ଚାସିନ ଅତିଥିମାନେ ପ୍ରାକୃତିକ ସମ୍ବଳର ସର୍ବନିମ୍ନ ବ୍ୟବହାର କରି ଆଗାମୀ ପିଢ଼ିପାଇଁ ସୁରକ୍ଷା ଉପରେ ଗୁରୁତ୍ୱରୋପ କରିଥିଲେ।ପରିବେଶ ବଞ୍ଚିଲେ ଦୁନିଆ ବଞ୍ଚିବ ମନ୍ତ୍ରରେ ସମସ୍ତ ଛାତ୍ର ଛାତ୍ରୀ ବୈଜ୍ଞାନିକ ମାର୍ଗଦର୍ଶି ଶିକ୍ଷକ ଶିକ୍ଷୟତ୍ରୀ ତଥା ଉପସ୍ଥିତ ଛାତ୍ର ଛାତ୍ରୀ ବିଜ୍ଞାନ ପ୍ରେମୀମାନଙ୍କୁ ଅଭିମନ୍ତ୍ରିତ କରିଥିଲେ। ସେହିପରି ଉଦଯାପନୀ ସମାରୋହ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାଶ ଚନ୍ଦ୍ର ଭୋଇ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଗୋଇମୁଣ୍ଡ ସରପଞ୍ଚ କାଳିଆ ସରାଫ ଏବଂ ଶ୍ରୀମନ୍ତ କୁମାର ନାୟକ, ପୁରୁଷୋତ୍ତମ ବାଗ, ଦିଗନ୍ତ ମେହେର ପ୍ରମୁଖ ମଞ୍ଚାସିନ ଥିଲେ। ଏହି ପ୍ରଦର୍ଶନୀ ରେ ପ୍ରଥମ ସ୍ଥାନ ପୂଜା ବୁଡ଼େକ ୟୁଜିଏଜଏସ କର୍ଲା, ଦ୍ୱତୀୟ ସ୍ଥାନରେ ଝସକେତନ ପୁଟେଲ ଏମଏଜଏମ କୁର୍ଲୁବାହାଲ ତୃତୀୟ ସ୍ଥାନ ମାଲିସିରା ସ୍କୁଲର ରଶ୍ମି ପାତ୍ର ଅଧିକାର କରି ଜିଲ୍ଲାସ୍ତରୀୟ ପୋଷଣୀୟ ଜୀବନ ଶୈଳୀ ପ୍ରଦର୍ଶନୀ କୁ ମନୋନୀତ ହୋଇଛନ୍ତି। ନବୀନ ବିହାରୀ ମଞ୍ଚ ପରିଚାଳନା କରିଥିବା ବେଳେ ଗୁରୁଣ୍ଡା ପ୍ରଧାନ ଶିକ୍ଷକ ସନ୍ତୋଷ ସରାଫ ଧନ୍ୟବାଦ ଦେଇଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default