ବଲାଙ୍ଗୀର ଲେବଡା ଠାରେ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ

ଆଜତକ ଓଡ଼ିଶା
0

ମୁରିବାହାଲ,୧୭।୧ (ବ୍ୟୁରୋ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ପିଏମଶ୍ରୀ ପାଟଣେଶ୍ୱରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଲେବଡା ଠାରେ ପ୍ରଥମ ପି.ଏମ୍ ଶ୍ରୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଦୁତିବାହାନ ମୁନା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜ ବକ୍ତବ୍ୟରେ ସେ ବିଦ୍ୟାଳୟର ଶୃଙ୍ଖଳା ଓ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ନିର୍ମାଣ ଦିଗରେ ପୁଙ୍ଖାନୁପୁଙ୍ଖ ଭାବରେ ବିସ୍ତୃତ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଦମୟନ୍ତୀ ହାତୀ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡମ୍ବରୁଧର ମାଝୀ , ଲେବଡା ଆଞ୍ଚଳିକ ସାଧନକେନ୍ଦ୍ର ପଦ୍ମଲୋଚନା ତାଣ୍ଡି, ବ୍ଲକ ବିଜେପି ନୋମିନି ଗଙ୍ଗାଧର ହେର୍ଣା , ଯୁବନେତା ଫକିର ଲୁହା, ଓ ଆଲୁମିନି ସଭାପତି ମୁକୁନ୍ଦ ସାହୁ ଏହି ଅନୁଷ୍ଠାନର ସାମଗ୍ରୀକ ବିକାଶ ପାଇଁ ମାନ୍ୟବର ବିଧାୟକଙ୍କ ସହଯୋଗ କାମନା କରିଥିଲେ। ଏହି ବିଦ୍ୟାଳୟ ର ଅଧ୍ୟକ୍ଷ ଦୁତିବାହାନ ମୁନା ପି.ଏମ୍ ଶ୍ରୀ ଉତ୍ସବ ର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ତୋଷ କୁମାର ସାହୁ ମଞ୍ଚ ପରିଚାଳନା ଓ ରାଜୀବ ଲୋଚନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ କର୍ମଚାରୀ ଙ୍କ ସହଯୋଗରେ ପି.ଏମ୍ ଶ୍ରୀ ଉତ୍ସବ ସଫଳତାର ସହ ସମାପ୍ତ ହୋଇଥିଲା।

Post a Comment

0 Comments

Please Select Embedded Mode To show the Comment System.*

3/related/default