ବଲାଙ୍ଗିର :୦୧/୧୨ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ପଞ୍ଚାୟତ ସମିତି ମହାବିଦ୍ୟାଳୟ ବେଲପଡା ର ଯୁବ ରେଡକ୍ରସ କାଉନସିଲର ସୁଦାମ ଚନ୍ଦ୍ର ମହାପାତ୍ର ଙ୍କ ପୌରହିତ୍ୟ ରେ ସ୍ଥାନୀୟ ପଂଚାୟତ ସମିତି ମହାବିଦ୍ୟାଳୟ ରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମେହେର ସଭାପତିତ୍ୱ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ହେନେରୀ ଦୁରାନ୍ଦଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରି ସେ ଏହି ଅସାଧ୍ୟ ରୋଗ ବିଷୟରେ ଛାତ୍ର ଛାତ୍ରୀଙ୍କୁ ଅବଗତ କରାଇଥିଲେ । ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ସଞ୍ଜୟ ନନ୍ଦ ଏହି ରୋଗର କାରଣ ଓ ପ୍ରତିକାର ବିଷୟରେ ମତାମତ ରଖିଥିଲେ । ଅନ୍ୟତମ ଅଧ୍ୟାପିକା ଦିବ୍ୟ ଜ୍ୟୋତି ପୁଟେଲ ଏଡ଼ସ ରୋଗୀ କୁ ଘୃଣା ନ କରି ରୋଗ କୁ ଘୃଣା କରିବାକୁ ମତ ରଖିଥିଲେ । ଇଂରାଜୀ ବିଭାଗର ପ୍ରାଧ୍ୟାପକ ଦୁର୍ବାଦଳ ଘିଭେଲା ନିଜ ଉପଯୋଗୀ ମତ ରଖି ଯୁବପୀଢ଼ିଙ୍କୁ ସର୍ବଦା ସଚେତନ ରହିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ନୀତୁ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଏକ ପଦଯାତ୍ରା ମାଳିମୁଣ୍ଡା ଗାଁ କୁ ଯାଇଥିଲା । ପରେ ପରେ ଚିତ୍ରାଙ୍କନ, ରଙ୍ଗୋଲି, ବକ୍ତୃତା, ସାଧାରଣ ଜ୍ଞାନ ପ୍ରତିଯୋଗିତା ହୋଇଥିଲା ।
ବେଲପଡା ମହାବିଦ୍ୟାଳୟରେ World AIDS ଦିବସ
Monday, December 01, 2025
0

Tags