ତରୁଣ ସଭାପତି ଓ ଦୁର୍ଗାନନ୍ଦ ସାଧାରଣ ସମ୍ପାଦକ
ମୁରିବାହାଲ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ସପ୍ତମ ବର୍ଷ ବିରାଟ ଧନୁଯାତ୍ରା ମହୋତ୍ସବ ଚଳିତ ଡିସେମ୍ବର ୧୭ ତାରିଖ ବୁଧବାରଠାରୁ ୨୩ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥାନୀୟ ଧନୁଯାତ୍ରା ପଡିଆରେ ମହାସମାରୋହରେ ଅନୁଷ୍ଠିତ ହେବ।ଏହି ସାତଦିନ ବ୍ୟାପୀ ବିରାଟ ଧନୁଯାତ୍ରା ମହୋତ୍ସବରେ ମୁରିବାହାଲ ଗ୍ରାମ ମଥୁରାନଗରୀ ଓ ପାଖ ବନବାହାଲ ଗ୍ରାମ ଗୋପପୁର ପାଲଟିବ । ୧୭ ତାରିଖ ଉଦଘାଟନୀଠାରୁ ପ୍ରତ୍ୟହ ସନ୍ଧ୍ୟାରେ ମଥୁରା ନରେଶ ମହାରାଜ କଂସଙ୍କ ଦରବାର ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ଦିବସରେ ଦ୍ରୁର୍ମିଳାସୁର ଵଧ, ନାରଦ କଂସଙ୍କ ସମ୍ବାଦ, ଦେବକୀ ବିବାହ, କଂସ ମହାରାଜାଙ୍କ ସିଂହାସନ ଆରୋହଣ, ଦେବକୀଙ୍କ ଷଡ଼ପୁତ୍ର ବିନାଶ, ସ୍ୱର୍ଗପୁର ଆକ୍ରମଣ, କଂସ ମହାରାଜଙ୍କ ନଗର ପରିକ୍ରମା, ଶ୍ରୀକୃଷ୍ଣ ଜନ୍ମ, ପୁତନା ପ୍ରେରଣ, ଷଢ଼ମଲ୍ଲ ବିନାଶ, ମଗଧ ନଗରୀ ଆକ୍ରମଣ, କଂସ ମହାରାଜଙ୍କ ବିବାହ ଓ କାଳୀୟ ଦଳନ, ନନ୍ଦ ଉତ୍ସବ, ରଙ୍ଗାସଭା, ଅକ୍ରୁର ପ୍ରେରଣ, ଯମ ଦରବାର, ଗୋପପୁରରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଶେଷ ରଜନୀରେ କୃଷ୍ଣ ବଳରାମଙ୍କ ହାତରେ ମହାରାଜ କଂସଙ୍କ ନିଧନ ମଞ୍ଚସ୍ଥ ହେବ ବୋଲି ଜଣାପଡିଛି। ପ୍ରତ୍ୟେକ ଦିନ ଅଞ୍ଚଳର ବିଭିନ୍ନ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା ଓ ବିଭିନ୍ନ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ମୀନାବଜାର ଆଦି ଅନୁଷ୍ଠିତ ହେବ ବୋଲି ଜଣାପଡିଛି।ଦର୍ଶକମାନେ ସୁବିଧାରେ ଧନୁଯାତ୍ରା ଦେଖିବା ପାଇଁ ଆୟୋଜକ କମିଟି ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ। ଏହି ଧନୁଯାତ୍ରାର ମହାରାଜ କଂସ ଭୂମିକାରେ ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲାଠୋରର ବରିଷ୍ଠ କଳାକାର ଆର୍ତ୍ତତ୍ରାଣ ସୁନାନୀ ଓ ତାଙ୍କ ସାଥୀମାନେ ବିଭିନ୍ନ ଭୂମିକାରେ ଅଭିନୟ କରିବେ।ଏଥିପାଇଁ ମୁରିବାହାଲ ପୋଲିସ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳାର ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି ।ଚଳିତ ବର୍ଷ ଆୟୋଜକ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି।କମିଟିରେ ନୂତନ ସଭାପତି ରୂପେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ତରୁଣ ପୋଢ଼,ସାଧାରଣ ସମ୍ପାଦକ ରୁପେ ବରିଷ୍ଠ ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର,କୋଷାଧ୍ୟକ୍ଷ ରୂପେ ଭରତ ଦାସ ଓ ପଦ୍ମଲୋଚନ ସାହୁଙ୍କୁ ମନୋନୀତ କରାଯାଇଛି।ସେହିପରି କାର୍ଯ୍ୟକାରୀ ସଭାପତି ରମେଶ ନାଗ, ସୁଦାମ ସାହୁ, ରାଜୀବ କୁମାର ମହାନ୍ତି, ପ୍ରଫୁଲ୍ଲ ବଘାର, ସୁଦାମ ବଘାର, ତରଣିସେନ ମେହେର, ଉପସଭାପତି ରମାରଞ୍ଜନ ପାତ୍ର, ସରପଞ୍ଚ ବିଶ୍ବବିହାରୀ ଯୋଶୀ,ନାରାୟଣ ସାହୁ, ଲକ୍ଷ୍ମୀକାନ୍ତ ଧରୁଆ, ସୁବ୍ରତ ମହାକୁର, ଶ୍ୟାମସୁନ୍ଦର ଝାଙ୍କର, ଦିବ୍ୟସୁନ୍ଦର ସାହୁ, ସଂଯୋଜକ ସୁଧାଂଶୁ ପୋଡ଼ ଯାଦବ, ଉଦିତ କଟା, ବିକି ମହାରଣା, ଲିଲୁମୋହନ ପଧାନ, ସାଂସ୍କୃତିକ ସମ୍ପାଦକ ସୁଦର୍ଶନ ଦୀପ, ଖଗେଶ୍ବର ସାହୁ, ଅନିଲ ଶର୍ମା, କୁନ୍ତ ପୋଡ଼, ବାବୁଲାଲ କେତକୀ, ପ୍ରେମାନନ୍ଦ ମାଝୀ, କରନ ଜାଲ, ବାବୁଲି ରାଉତ, ରୋହନ ଜାଲ, ଲିକୁନ ସାହୁ, ଗୋବିନ୍ଦ ସେଠ, ବୈରାଷ୍ଟ୍ର ପୋଡ, ଯୋଗେନ୍ଦ୍ର ଥାଟିଙ୍କ ସହ ଉପଦେଷ୍ଟା ଶ୍ରୀବତ୍ସ ବେହେରା, ଭଗବାନ ମହାନ୍ତି, ଚିନ୍ତାମଣି ମହାରଣା, ମଧୁସୂଦନ ନାଗ ତଥା ପ୍ରଚାର ପ୍ରସାର କମିଟିରେ ସାମ୍ବାଦିକ ମନୋଜ କୁମାର କର, କେଦାର ବଡଜେନା, ଗିରିଧାରୀ ସାହୁ ଓ ଅବିନାଶ ଭୋଇଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟ ଓ ମୁରିବାହାଲ ଗ୍ରାମବାସୀ ସମ୍ପୁର୍ଣ୍ଣ ସହଯୋଗ କରିବେ।

