ଇସ୍କନ (ISKON) ସିନାପାଲି ଦ୍ୱାରା ପାଳିତ ହେଲା ବନବିହାର ମହୋତ୍ସବ

ଆଜତକ ଓଡ଼ିଶା
0

ସିନାପାଲି/ବୋଡେ଼ନ : (ପରମେଶ୍ୱର ମେହେର) ଗତକାଲି ଇସ୍କନ ସିନାପାଲି ଓ ଇସ୍କନ ଖଡ଼ିଆଳ ସେଣ୍ଟର ଦ୍ୱାରା ପାତାଲଗଙ୍ଗା ସ୍ଥିତ ଧର୍ମଶାଳା ପରିସରରେ ଭଗବାନ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ଏକ ବନବିହାର ମହୋତ୍ସବ ପାଳନ କରାଗଲା । ଉହି ଉତ୍ସବରେ ଶତାଧିକ ଭକ୍ତ ଉପସ୍ଥିତ ଥିଲେ ।ସଂକୀର୍ତ୍ତନ, ପ୍ରବଚନ, ନୃତ୍ୟ ରେ ପରିବେଶ ଆନନ୍ଦ ମୁଖରିତ ହେବା ଶହ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି ହୋଇଥିଲା । ବିଭିନ୍ନ ଆଧ୍ୟାତ୍ମିକ ପ୍ରତିଯୋଗିତା ଗୁଡିକ ଭକ୍ତମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଭାଗବତ ଗୀତା ଆଧାରିତ ପ୍ରଶ୍ନୋତ୍ତର ପ୍ରତିଯୋଗିତା, ମାଗିକାଲ ଚ୍ୟାର, ନୃତ୍ୟ ପ୍ରତିଯୋଗିତା, ଭଜନ ଅନ୍ତାକ୍ଷରୀ, ପ୍ରଭୁଜି ଓ ମାତାଜୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ତନ୍ମଧ୍ୟରୁ ବିଜେତା ମାନଙ୍କୁ ପୁରସ୍କୃତ ରୂପରେ ରାଧାମାଧବଙ୍କ ଆଲେଖ୍ୟ ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗିତା ମାନଙ୍କରେ ସମସ୍ତେ ଅତି ଆନନ୍ଦର ସହିତ ଉପଭୋଗ କରିଥିଲେ । ଅନ୍ତଃରାଷ୍ଟ୍ରୀୟ କୃଷ୍ଣ ଭାବନାମୃତ ସଂଘ (ଇସ୍କନ) ର ଉଦ୍ଦେଶ୍ୟ ହେଲା ଭଗବାନ ଭଗବାନ ଜଗନ୍ନାଥ ସଂସ୍କୃତିକୁ ସମଗ୍ର ପୃଥିବୀରେ ପ୍ରଚାର ପ୍ରସାର କରିବା ସୁସମ୍ବନ୍ଧ ଭାବେ ଭାଗବତ ତତ୍ୱଜ୍ଞାନ ମାନବ ସମାଜରେ ପ୍ରସାର କରିବା । ସବୁ ଲୋକଙ୍କୁ ପରାମର୍ଥିକ ଜୀବନଯାପନ କରିବାକୁ ଅନୁପ୍ରାଣିତ ହେବାକୁ ଶିକ୍ଷା ଦେବା, ଯାହାଫଳରେ ଜୀବନର ଯଥାର୍ଥ ଉଦ୍ଦେଶ୍ୟ ବିଷୟରେ ବିଭ୍ରାନ୍ତ ପ୍ରତିହିତ ହେବ ଓ ଜଗତରେ ଯଥାର୍ଥ ସାମ୍ୟ ଓ ଶକ୍ତ ପ୍ରତିଷ୍ଠା ହେବ । ଏହି ବନବିହାର ମହୋତ୍ସବ ମହୋତ୍ସବକୁ ଉପଯୋଗ କରିବାର ନିମିତ୍ତ ସିନାପାଲି ଇସ୍କନର ଅଧ୍ୟକ୍ଷ ପୂଜ୍ୟସ୍ପଦ ଶ୍ରୀ ଦାମୋଦର କୃପାମୟ ଦାସ ବ୍ରହ୍ମଚାରୀଙ୍କ ଆପ୍ରାଣ ଉଧ୍ୟମ କରିଥିବା ବେଳେ ପୂଜ୍ୟସ୍ପଦ ଆକର୍ଷକ ଗୌରସୁନ୍ଦର ଦାସ, ବ୍ରହ୍ମଚାରି ଗୋପୀନାଥ ଲୀଳାମୟ ଦାସ, ଖଗେନ୍ଦ୍ର ମାଧବ ଚନ୍ଦ୍ର ଦାସ, ଜତିକୃଷ୍ଣ ବାଗ, ଚିନ୍ତାମଣି ବାଗ, ମୋହନଲାଲ କଟା, ଅରୁଣ ମେହେର, ପ୍ରମୋଦ ମେହେର, ତୁଲାରାମ କାଣ୍ଡ, ଛବିଲାଲ ସାହୁ ସମେତ ଅନେକ ଭକ୍ତବୃନ୍ଦ ସହଯୋଗ କରିବା ସଙ୍ଗେସଙ୍ଗେ ସଵାଶେଷରେ ମହାପ୍ରସାଦ ସେବନ କରି ଓ ଭଗବାନଙ୍କ ଜୟଗାନ କରି ବନବିହାର ମହୋତ୍ସବକୁ ସମାପନ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default