ବୋଡେ଼ନ (ପରମେଶ୍ୱର ମେହେର) ବୋଡେ଼ନ ବ୍ଲକ ଅନ୍ତର୍ଗତ କର୍ଲ୍ଲାକୋଟ ଗ୍ରାମପଂଚାୟତରେ ଆଜି ପଂଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ଲୋକଙ୍କର ବିଭିନ୍ନ ସମସ୍ୟା ଓ ଅଭିଯୋଗକୁ ସରକାରୀ ସ୍ତରରେ ସିଧାସଳଖ ଶୁଣି ସମାଧାନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅଭିଯୋଗ ଶୁଣାଣିରେ ବିଡ଼ିଓ ସୁଶାନ୍ତ କୁମାର ରଣା ଅଧ୍ୟକ୍ଷତା କରିଥିବା ବେଳେ SCO ହିତେଶ କୁମାର ଆଡବଂଗ, ଜଳ ବିଭାଗ JE ଅକ୍ଷୟ କୁମାର ସାମଲ, PEO ଶାଶ୍ୱତ କୁମାର ଭୋଇ, ADO ଗଜାନନ ମେହେର, ସରପଞ୍ଚ ମଙ୍ଗଳ ସିଙ୍ଗ ଦଳ, ନାଏବ ସରପଞ୍ଚ ତୁଲସେ ବାଗ, କୃଷି ଗ୍ରାମ ସେବକ ଅନିଲ କିସାନ, ସପ୍ଲାଇ ଇନ୍ସପେକ୍ଟର ଆଲୋକ କୁମାର ପାତ୍ର, BPC ଜ୍ୟୋତି ରଞ୍ଜନ ପଣ୍ଡା, ICDS ସୁପରଭାଇଜର ବୃନ୍ଦାବତି ସଗରିଆ, ଅଙ୍ଗନବାଡି କର୍ମୀ ହେମ ସୁନାନୀ, ସେଲ୍ସମେନ ଦୁଷ୍ମନ୍ତ ବେହେରା ଓ ଗାଁ ସାଥି ଲୋଚନ ବାଗ ସହିତ ସମସ୍ତ ସଂପୃକ୍ତ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ରାସ୍ତା, ପାନୀୟଜଳ, ଆବାସ, ରାଷ୍ଟ୍ରୀୟ ଓ ରାଜ୍ୟ ସରକାରୀ ଯୋଜନା, ଖାଦ୍ୟ ସୁରକ୍ଷା, ICDS ସେବା, କୃଷି ସହାୟତା ସହ ଅନ୍ୟାନ୍ୟ ଲୋକହିତକାରୀ ସମସ୍ୟା ସମ୍ପର୍କିତ ଅଭିଯୋଗ ଉଠିଥିଲା । ସମ୍ପୃକ୍ତ ଅଧିକାରୀମାନେ ଅଭିଯୋଗଗୁଡ଼ିକୁ ଗୁରୁତ୍ୱ ସହିତ ଶୁଣି ତତ୍କାଳ ସମାଧାନ କରିବାକୁ କେତେକ ମାମଲାରେ ନିର୍ଦ୍ଦେଶ ଦେଇଥିଲେ ଏବଂ ବାକି ଅଭିଯୋଗ ଉପରେ ଶୀଘ୍ର କାର୍ଯ୍ୟନିଷ୍ପାଦନର ଆଶ୍ୱାସନ ଦିଆଯାଇଥିଲା ।ସ୍ଥାନୀୟ ଗ୍ରାମବାସୀମାନେ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ସମସ୍ୟା ସରକାରୀ ସ୍ତରରେ ସିଧା ଶୁଣାଯାଉଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ ।
ବୋଡେ଼ନ ବ୍ଲକର କର୍ଲ୍ଲାକୋଟ ପଂଚାୟତରେ ପଂଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି
Tuesday, December 09, 2025
0

Tags