ଛାତ୍ରୀ ତୁଳସୀରାଣୀ ମଲ୍ଲିକଙ୍କ ଅକାଳ ବିୟୋଗ ବିଭିନ୍ନ ମହଲରୁ ଗଭୀର ଶୋକ ଓ ଶ୍ରଦ୍ଧାଞ୍ଜଳୀ

ଆଜତକ ଓଡ଼ିଶା
0

ଖଡ଼ିଆଳ: (ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଗଡ଼ରାମୁଣ୍ଡା ଗ୍ରାମ ପଞ୍ଚାୟତ ସ୍ଥିତ ଇନ୍ଦ୍ରନଗର ନିବାସୀ, ବିଶିଷ୍ଟ ଶିକ୍ଷକ କୃଷ୍ଣରାଜ ସିଂ ମଲ୍ଲିକ ଓ ଶିକ୍ଷୟତ୍ରୀ ସୁଶ୍ରୀ ମଲ୍ଲିକଙ୍କ କନ୍ୟା ତୁଳସୀରାଣୀ ମଲ୍ଲିକ (୨୦) ଙ୍କ ଦେହାବସାନ ଘଟିଛି । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ଦୀର୍ଘଦିନ ଧରି ଚିକିତ୍ସାଧୀନ ଥିଲେ, ଚିକିତ୍ସାକାଳୀନେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ତୁଳସୀରାଣୀ ଖଡ଼ିଆଳ ଲୋକଦୃଷ୍ଟି କଲେଜରେ ଦ୍ୱିତୀୟ ବର୍ଷ ବିଜ୍ଞାନ ଶାଖାର ଛାତ୍ରୀ ଥିଲେ। ସେ ତାଙ୍କର ସୁଭାବ, ସାନ୍ତ ସ୍ୱଭାବ ଓ ଶିଷ୍ଟ ଆଚରଣ ପାଇଁ ସହପାଠୀ, ଶିକ୍ଷକମାନେ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଅତ୍ୟନ୍ତ ପ୍ରିୟ ଥିଲେ । ତାଙ୍କ ଅକାଳ ବିୟୋଗ ସମଗ୍ର ପରିବାର ସହିତ ସହ ଶିକ୍ଷା ଜଗତ ଓ ସ୍ଥାନୀୟ ମହଲରେ ଗଭୀର ଶୋକର ପରିବେଶ ସୃଷ୍ଟି କରିଛି । ତୁଳସୀପଡ଼ା ସ୍ଥିତ ତାଙ୍କ ନିଜସ୍ୱ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପିତା କୃଷ୍ଣରାଜ ସିଂ ମଲ୍ଲିକ ମୁଖାଗ୍ନି ପ୍ରଦାନ କରିଥିଲେ । ଏହି ବିୟୋଗୁପଲକ୍ଷେ ଶିକ୍ଷକ, ସହପାଠୀ, ସାମାଜିକ କର୍ମୀ ଓ ବିଭିନ୍ନ ସଂସ୍ଥା ପକ୍ଷରୁ ଗଭୀର ଶୋକସନ୍ଦେଶ ଜଣାଇବା ସହ ପରଲୋକଗତ ଆତ୍ମାଙ୍କୁ ଶାନ୍ତି କାମନା କରାଯାଇଛି ଏବଂ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଯାଇଛି ।

Post a Comment

0 Comments

Please Select Embedded Mode To show the Comment System.*

3/related/default