ତୁରେକେଲା ବ୍ଲକରେ ଜିଲ୍ଲାପାଳଙ୍କ ଗ୍ରୀଭାନ୍ସ : କଣ୍ଟାବାଞ୍ଜି CHC ରେ ମହିଳା ଗର୍ଭବତୀ ବିଶେଷଜ୍ଞ ନିଯୁକ୍ତି ପାଇଁ ନାଗରିକ କମିଟି ପକ୍ଷରୁ ଦାବି

ଆଜତକ ଓଡ଼ିଶା
0

ତୁରେକେଲା, (ବ୍ୟୁରୋ) ଆଜି ତୁରେକେଲା ବ୍ଲକ କାର୍ଯ୍ୟାଳୟରେ ବଲାଙ୍ଗୀର ଜିଲ୍ଲାପାଳଙ୍କ ଗ୍ରୀଭାନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଣ୍ଟାବାଞ୍ଜି ନାଗରିକ କମିଟି ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ କଣ୍ଟାବାଞ୍ଜି ସରକାରୀ ଚିକିତ୍ସାଳୟ, ବିଶେଷକରି ଗର୍ଭବତୀ ଓ ପ୍ରସ୍ତୁତି ବିଭାଗର ସମସ୍ୟାକୁ ନେଇ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଥିଲା। କଣ୍ଟାବାଞ୍ଜି, ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ଅଞ୍ଚଳର ଅଧିକାଂଶ ଗର୍ଭବତୀ ମହିଳା କଣ୍ଟାବାଞ୍ଜି CHC ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଏହି CHC ରେ ଗର୍ଭବତୀ ଓ ପ୍ରସ୍ତୁତି ବିଭାଗ ପାଇଁ ମହିଳା ବିଶେଷଜ୍ଞ ଡାକ୍ତର ନଥିବା ସହ, ଥିବା ବିଶେଷଜ୍ଞମାନେ ସରକାରୀ ଡିଉଟି ସମୟରେ ଚିକିତ୍ସାଳୟରେ ଉପସ୍ଥିତ ନ ରହି ନିଜସ୍ୱ କ୍ଲିନିକରେ ବେଶି ସମୟ ଦେଉଥିବା ଅଭିଯୋଗ ଉଠିଛି। ଏହାର ପରିଣାମ ସ୍ୱରୂପ ଗର୍ଭବତୀ ମହିଳାମାନେ ଉଚିତ ଚିକିତ୍ସା ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏହି ସମସ୍ୟା ସମ୍ପର୍କରେ ବଲାଙ୍ଗୀର CDMO ମହୋଦୟଙ୍କ ସହ ନାଗରିକ କମିଟି ପକ୍ଷରୁ ସକ୍ଷାତ ଆଲୋଚନା କରାଯାଇଥିଲା। CDMO ମହୋଦୟ ଆଶ୍ୱାସନ ଦେଇ କହିଥିଲେ ଯେ ବହୁତ ଶୀଘ୍ର କଣ୍ଟାବାଞ୍ଜି CHC ରେ ଜଣେ ମହିଳା ଗର୍ଭବତୀ ଓ ପ୍ରସ୍ତୁତି ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତ କରାଯିବ। ବର୍ତ୍ତମାନ କଣ୍ଟାବାଞ୍ଜିର ଜଣେ ମହିଳା ଡାକ୍ତର ଟ୍ରେନିଂରେ ଥିବା ବେଳେ, ଟ୍ରେନିଂ ସମାପ୍ତି ପରେ ସେହି ଡାକ୍ତରଙ୍କୁ କଣ୍ଟାବାଞ୍ଜି CHC ରେ ଆପଏଣ୍ଟ କରାଯିବ ବୋଲି CDMO ମହୋଦୟ ପ୍ରତିଶ୍ରୁତି ଦେଇଛନ୍ତି। ଲିଖିତ ଅଭିଯୋଗ ପ୍ରଦାନ ସମୟରେ କଣ୍ଟାବାଞ୍ଜି ନାଗରିକ କମିଟିର ସଭାପତି ଅରୁନ କୁମାର ତାଣ୍ଡି, ଉପ-ସଭାପତି ରାଜୁ ଛତ୍ରିଆ, ସହ-ସମ୍ପାଦକ ଜିତୁ ସୁନା, ସାମ୍ବାଦିକ ପରିଚାଳକ ପ୍ରମୋଦ କୁମାର ବେହେରା ଓ ସଦସ୍ୟ ଲକ୍କି ପାନିକା ଉପସ୍ଥିତ ଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default