ବଙ୍ଗୋମୁଣ୍ଡା, (୨୯।୧୨ ନ୍ୟୁଜବ୍ୟୁରୋ) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଓ ତାଳଭଟା ଗ୍ରାମର ମିଳିତ ଆନୁକୂଲ୍ୟରେ ରେ ଆସନ୍ତା ଜାନୁଆରୀ ୩ ତାରିଖ ଠାରୁ ୦୯ ତାରିଖ ପର୍ଯ୍ୟନ୍ତ ତୃତୀୟ ତମ ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ହସ୍ପିଟାଲ ନିକଟ ଖେଳ ପଡିଆ ଠାରେ ପ୍ରତ୍ୟେହ ଅପରାହ୍ନ ରେ ମ୍ୟାଚ ଅନୁଷ୍ଠିତ ହେବ । ସବୁ ବର୍ଷ ଭଲି ଚଳିତ ବର୍ଷ ମଧ୍ୟ ଧୁମଧାମରେ ଆୟୋଜନ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ରେ ଖୁଦପେଜ,ଝଲପ, ମନିଗାଁ,ବଙ୍କାପୁର, ତେତେଲପଡା,ବଙ୍ଗୋମୁଣ୍ଡା, କପିଲାଭଟା,ବରତୁଣ୍ଡା ରେ ଫୁଟବଲ ମାନେ ଅଂଶଗ୍ରହଣ କରିବେ ବୋଲି ସ୍ୱୀକୃତି ଦେଇଛନ୍ତି । ଆସନ୍ତା ଉଦଯାପନି ଦିବସ ରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଙ୍କ ସହ ପଶ୍ଚିମ ଓଡ଼ିଶା ର ପରିଚିତ ଆଲବମ ହିରୋଇନ ମାମୁନି ଯାଦବ ଯୋଗ ଦେବେ ବୋଲି ଜଣାପଡିଛି । ଉଦଘାଟନୀ କାର୍ଯ୍ୟକ୍ରମ ପୂର୍ବରୁ ସ୍ବର୍ଗତ ରତ୍ନାକର ବାଗ ଙ୍କ ଘରୁ ପୂଜାର୍ଚ୍ଚନା କରାଯିବା ପରେ କପିଲାଭଟା ଗାଁର ଅଧିଷ୍ଠାତ୍ରୀ ଦେବୀ ମାଁ ସାହାଜିକଟେନ ଙ୍କ ପୀଠ ରେ ପୂଜାର୍ଚ୍ଚନା କରାଯାଇ ମଶାଲ କୁ ଗ୍ରାମ ପରିକ୍ରମା କରି ଖେଳ ପଡ଼ିଆ ରେ ସ୍ଥାପନ କରିବା ର କାର୍ଯ୍ୟକ୍ରମ ରହିଛି ।ବିଜେତା ଦଳ କୁ ୭୭୭୭ ଓ ଉପ ବିଜେତା ଦଳ କୁ ୫୫୫୫ ସହ ଟ୍ରଫି ପ୍ରଦାନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ଆୟୋଜକ କମିଟି ର ସଂଯୋଜକ ରାହୁଲ ବାଗ,ସଭାପତି ହୁଲେଶ୍ୱର ହଂସ,ଉପସଭାପତି ତ୍ରିବିକ୍ରମ ବେହେରା, ସମ୍ପାଦକ ଆଶିଷ ବେହେରା, ସହ ସମ୍ପାଦକ ଗିରିଶ ଅଦା, କୋଷାଧ୍ୟକ୍ଷ ପ୍ରିୟରଞ୍ଜନ ହଂସ, ଉପଦେଷ୍ଟା ଅଶୋକ କୁମାର ବିଶି,ପରମାନନ୍ଦ ଛତ୍ରିଆ ରହିଛନ୍ତି ।
ଜାନୁଆରୀ ୩ ରୁ ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ
Monday, December 29, 2025
0