କଣ୍ଟାବାଞ୍ଜି, (ବ୍ୟୁରୋ) ଗତକାଲି ରାତିରେ କଣ୍ଟାବାଞ୍ଜି ବସ୍ ଷ୍ଟାଣ୍ଡ ପରିସରରେ କିଛି ଚୋର ପ୍ରକୃତିର ଅସାମାଜିକ ଲୋକ ଚାକୁ–ଛୁରୀ ଦେଖାଇ ବସ୍ ଡ୍ରାଇଭର ଓ ଦୂରଦୂରାନ୍ତରୁ ଆସୁଥିବା ପେସେଞ୍ଜରମାନଙ୍କୁ ଭୟଭୀତ କରି ଟଙ୍କା ପଇସା ମାଗୁଥିବା ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ଆଜି ସନ୍ଧ୍ୟା ୬ଟା ସମୟରେ କଣ୍ଟାବାଞ୍ଜି ନାଗରିକ ସଂଗଠନ ପକ୍ଷରୁ କଣ୍ଟାବାଞ୍ଜି ପୋଲିସ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି। ସଂଗଠନର ସିନିଅର ପରାମର୍ଶଦାତା ଶ୍ରୀ ବିଶାଳ ତାଣ୍ଡିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ IIC ମହୋଦୟଙ୍କୁ ଏହି ସମ୍ପର୍କରେ ଅବଗତ କରାଇଥିଲେ।
ନାଗରିକ ସଂଗଠନ ପକ୍ଷରୁ ବସ୍ ଷ୍ଟାଣ୍ଡ ଓ ଆସପାସ ଅଞ୍ଚଳରେ ରାତ୍ରିକାଳୀନ ପୋଲିସ ପେଟ୍ରୋଲିଂ ବୃଦ୍ଧି କରିବା, ବସ୍ ଷ୍ଟାଣ୍ଡ ଭିତରେ ବେଆଇନ ଭାବେ ଚାଲୁଥିବା ନିଶା ଦ୍ରବ୍ୟ ବିକ୍ରୟ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା ସହ କଣ୍ଟାବାଞ୍ଜି ସହରର ଟ୍ରାଫିକ ସମସ୍ୟା ପ୍ରତି ମଧ୍ୟ ତତ୍କାଳ ଦୃଷ୍ଟି ଦେବାକୁ ଦାବି କରାଯାଇଛି। ଅଭିଯୋଗ ପତ୍ର ଦେବା ସମୟରେ ସଂଗଠନର ସଭାପତି ଅରୁନ ତାଣ୍ଡି, ଉପ-ସଭାପତି ରାଜୁ ଛତ୍ରିଆ, ସହ-ସଂପାଦକ ଜିତୁ ସୁନା, ସାମ୍ବାଦିକ ପରିଚାଳକ ପ୍ରମୋଦ ବେହେରା, ପରାମର୍ଶଦାତା ବିଶାଳ ତାଣ୍ଡି, ଲୋକେଶ ଭୋଇ ଓ ସଦସ୍ୟ ଅଜୟ ବୋଏ ସହ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।


