ଜନ୍ମଦାତା ବାପ ମିଥ୍ୟା ୪୨୦ କେସରେ ପୁଅକୁ ଜେଲ୍ ପଠାଇଥିଲେ, କୋର୍ଟରେ ନ୍ୟାୟ ମିଳିଲା

ଆଜତକ ଓଡ଼ିଶା
0

ଜଟଣୀ : (ନ୍ୟୁଜ ବ୍ୟୁରୋ) ଦୀର୍ଘ ୬ ବର୍ଷ ଧରି ଚାଲିଥିବା ଏକ ବହୁଚର୍ଚ୍ଚିତ ୪୨୦ ମାମଲାରେ ଗାନ୍ଧୀନଗର ଅଞ୍ଚଳର ମନୋରଞ୍ଜନ ନାହାକଙ୍କୁ ଶେଷରେ ନ୍ୟାୟ ମିଳିଛି। ଗୁରୁବାର (୧୮) ଜଟଣୀ JMFC କୋର୍ଟ ସମସ୍ତ ସାକ୍ଷୀ ଓ ପ୍ରମାଣକୁ ବିଚାର କରି ମନୋରଞ୍ଜନଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରି ଦୋଷମୁକ୍ତ କରିଛନ୍ତି। କୋର୍ଟର ରାୟ ପ୍ରକାଶ ପରେ ପରିବାର ଲୋକେ ଆନନ୍ଦ ପ୍ରକାଶ କରିଥିବା ସହ ଏହି ମିଥ୍ୟା କେସ ପାଇଁ ତାଙ୍କ ଅଜା, ଅବସରପ୍ରାପ୍ତ ରେଲୱେ କର୍ମଚାରୀ ଜୟକୃଷ୍ଣ ନାୟକଙ୍କ ମୃତ୍ୟୁକୁ ଦୁଃଖର ସହ ସ୍ମରଣ କରିଛନ୍ତି। ଘଟଣାର ପୃଷ୍ଠଭୂମି ଅନୁଯାୟୀ, ଆଖି ଅପରେସନ ପାଇଁ ଅର୍ଥ ଆବଶ୍ୟକ ହେବାରୁ ଜୟକୃଷ୍ଣ ନାୟକ ଓ ତାଙ୍କ ସ୍ତ୍ରୀ କାଞ୍ଚନବାଳା ନାୟକ ରାଜାବଜାର, ବାଲିଛକ ନିବାସୀ ତନ୍ମୟ କୁମାର ପଣ୍ଡାଙ୍କଠାରୁ ୧ ଲକ୍ଷ ଟଙ୍କା ଧାର ନେଇଥିଲେ। ପେନସନ ଖାତାର ଏଟିଏମ୍, ଚେକବୁକ୍ ଓ ପାସବୁକ୍ ବନ୍ଧକ ରଖି ଚୁକ୍ତି ହୋଇଥିଲା ଯେ ପ୍ରତିମାସ ଖାତାରୁ ସୁଧ ଓ ମୂଳ ଟଙ୍କା କଟାଯିବ। ଅଭିଯୋଗ ଅନୁଯାୟୀ, ଧାର ପରିଶୋଧ ସତ୍ତ୍ୱେ ୧,୫୯,୭୦୦ ଟଙ୍କା ମନମୁଖୀ ଭାବରେ କଟାଯାଇଥିଲା। ଏହାର ପ୍ରତିବାଦ କରିବା ପରେ ଷଡ଼ଯନ୍ତ୍ର ରଚି ମନୋରଞ୍ଜନ ନାହାକଙ୍କ ବିରୋଧରେ FIR No-୧୦୨ /୨୦୧୮ ରୁଜୁ କରାଯାଇଥିଲା ଓ ତାଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ଆଶ୍ଚର୍ଯ୍ୟଜନକ ଭାବରେ ମନୋରଞ୍ଜନଙ୍କ ଜନ୍ମଦାତା ବାପା ଭିକାରୀ ନାହାକ (ଓରଫ ଭିକ୍ଷାକାରୀ) ନିଜ ପୁଅ ବିରୋଧରେ ସାକ୍ଷୀ ହୋଇଥିଲେ। ସାକ୍ଷ୍ୟରେ ଥିବା ଅସଙ୍ଗତିକୁ କୋର୍ଟ ଗୁରୁତ୍ୱ ଦେଇ ସନ୍ଦେହ ପ୍ରକାଶ କରିଥିଲେ। ସମସ୍ତ ପ୍ରମାଣକୁ ବିଚାର କରି ମାନ୍ୟବର JMFC କୋର୍ଟ ମନୋରଞ୍ଜନ ନାହାକଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ମିଥ୍ୟା ମାମଲାରେ ଜୀବନ ଓ ଜୀବିକା ହରାଇଥିବା ଏହି ଘଟଣା ନ୍ୟାୟ ବ୍ୟବସ୍ଥାରେ ଲୋକଙ୍କ ଆସ୍ଥାକୁ ପୁନଃ ସ୍ଥାପିତ କରିଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default