ସିନାପାଲି (୨୮/୧୨। ପରମେଶ୍ୱର ମେହେର) ନୂଆପଡା ଜିଲ୍ଲା, ସିନାପାଲି ବ୍ଲକ ଅନ୍ତର୍ଗତ ପଲସାପଡ଼ା ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ତଥା ସିନାପାଲି ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ୰ ଶ୍ରୀଯୁକ୍ତ ପୁଣ୍ଡରୀକାକ୍ଷ ପାଣିଗ୍ରାହୀଙ୍କ ୮୪ ବର୍ଷ ବୟସରେ ପଲସାପଡା ସ୍ଥିତ ତାଙ୍କର ପୈତୃକ ବାସଭବନରେ ଆଜି ପ୍ରାତଃ ୪.୫୫ ଘଟିକା ସମୟରେ ପରଲୋକ ହୋଇଯାଇଛି। ସୂଚନା ଥାଉକି ସେ ସିନାପାଲି ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୩୫ ବର୍ଷରୁ ଊର୍ଦ୍ଧ୍ବ କାଳ ପ୍ରଧାନଶିକ୍ଷକ ରହି ଜଣେ ଆଦର୍ଶ ଶିକ୍ଷକ ହିସାବରେ ଏକ ଭିନ୍ନ ପରିଚୟ ଲାଭକରିଥିଲେ। ତାଙ୍କର ଏମ୍.ଏ.ଏଲ୍.ଏଲ୍. ବି. ଶିକ୍ଷାଗତ ଯୋଗ୍ଯତା ଥାଇ କି ମଧ୍ଯ ସେ ଶିକ୍ଷକତା ବୃତ୍ତିକୁ ଆପଣେଇ ଜଣେ ଛାତ୍ରବତ୍ସଳ ଶିକ୍ଷକ ହିସାବରେ ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଥିଲେ। ଅଞ୍ଚଳରେ ତାଙ୍କୁ ସମସ୍ତେ ସମ୍ମାନ ସହ "ହେଡ୍ ସାର" ବୋଲି ସମ୍ବୋଧନ କରୁଥିଲେ। ଏଭଲି ଏକ ବିରଳ ବ୍ୟକ୍ତିତ୍ବ ଯିଏ କି ଦୀର୍ଘବର୍ଷ ସିନାପାଲିରେ ଶିକ୍ଷାଦାନ କରି ଅଞ୍ଚଳରେ ଅନେକ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଥିଲେ। ଶେଷ ବେଳକୁ ତାଙ୍କର ସମସ୍ତ ପୁଅବୋହୂ, ଝିଅଜ୍ବାଇଁ, ନାତିନାତୁଣୀ ଓ ପରିବାର ବର୍ଗ ତାଙ୍କ ନିକଟରେ ଉପସ୍ଥିତ ରହିଥିଲେ। ଶେଷ ଦର୍ଶନ କରିବାପାଇଁ ତାଙ୍କ ଘରେ ପ୍ରବଳ ଭିଡ ଦେଖିବାକୁ ମିଲିଥିଲା। ତାଙ୍କ ବଡପୁଅ ରଶ୍ମିରଞ୍ଜନ ପାଣିଗ୍ରାହୀ ବିଧିବିଧାନ ସହିତ ମୁଖାଗ୍ନି ଦେଇଥିଲେ । ତାଙ୍କପରି ଜଣେ ଅମ୍ଲାନ ବ୍ଯକ୍ତିତ୍ବଙ୍କୁ ହରାଇ ଅଞ୍ଚଳ ସାରା ଶୋକର ଛାୟା ଖେଲିଯାଇଛି। ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
୮୪ ବର୍ଷ ବୟସରେ ପୂର୍ବତନ ପ୍ରଧାନଶିକ୍ଷକ ପୁଣ୍ଡରୀକାକ୍ଷ ପାଣିଗ୍ରାହୀଙ୍କ ପରଲୋକ
Saturday, December 27, 2025
0

Tags