ସିନାପାଲି ୨୮/୧୨ (ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡା ଗ୍ରାମରେ ପରିବେଷଣ ହେଉଥିବା ଲୋକପ୍ରିୟ ଯାତ୍ରା ଦଳ ଅଷ୍ଟଶମ୍ଭୁ ଗଣନାଟ୍ୟର ଜଣେ ଖଳନାୟକ କଳାକାରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସମଗ୍ର ଅଞ୍ଚଳରେ ବିସ୍ମୟ ଓ ଶୋକର ପରିବେଶ ସୃଷ୍ଟି ହୋଇଛି । ଯାତ୍ରା ପାର୍ଟିର କଳାକାରମାନଙ୍କ କହିବା ଅନୁସାରେ, ଗତ ରାତିରେ ମୃତକ ଅଷ୍ଟଶମ୍ଭୁ ଗଣନାଟ୍ୟରେ ଖଳନାୟକ ଭୂମିକାରେ ସାଧାରଣଭାବେ ଅଭିନୟ କରିଥିଲେ । ସକାଳେ ଉଠି ସକାଳୁଆ ଖରାରେ କିଛି ସମୟ ରହିବା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ସେ ନିଜ ସହଯୋଗୀଙ୍କ ସହିତ ନିଜେ ଚାଳକ ହୋଇ ଚାରିଚକିଆ ଗାଡ଼ିରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ ।ହସ୍ପିଟାଲରେ ଗାଡ଼ିରୁ ଓହ୍ଲାଇ ଭିତରକୁ ପ୍ରବେଶ କରୁଥିବା ସମୟରେ ହଠାତ୍ ସେ ତଳେ ପଡ଼ିଯାଇଥିଲେ । ସହଯୋଗୀମାନେ ତୁରନ୍ତ ତାଙ୍କୁ ଉଠାଇ ଡାକ୍ତରଙ୍କ ପାଖକୁ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ କର୍ତ୍ତବ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦେବାଶିଷ ହୋତା କହିଛନ୍ତି ଯେ, ପ୍ରାଥମିକ ଚିକିତ୍ସା ସମୟରେ ରୋଗୀଙ୍କୁ ମୃତ ଘୋଷଣା କରାଯାଇଥିଲା । ବର୍ତ୍ତମାନ ମୃତ୍ୟୁର ସଠିକ୍ କାରଣ ଅସ୍ପଷ୍ଟ ଥିବାରୁ ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ପ୍ରାଥମିକ ତଦନ୍ତରେ ସିନାପାଲି ପୋଲିସ ଜଣାଇଛି ଯେ, ମୃତକଙ୍କ ନାମ ନରେନ୍ଦ୍ର କୁମାର ଦାସ (୫୩) ଓ ସେ ଜଗତସିଂହପୁର ଜିଲ୍ଲା କାଦୁଆପଡ଼ା ଅଞ୍ଚଳର ବାସିନ୍ଦା । ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଉଛି ।
ଅଷ୍ଟଶମ୍ଭୁ ଗଣନାଟ୍ୟର ଖଳନାୟକଙ୍କ ସନ୍ଦେହଜନକ ମୃତ୍ୟୁ, ଅଞ୍ଚଳରେ ଚର୍ଚ୍ଚା
Saturday, December 27, 2025
0

Tags