ସ୍ୱତନ୍ତ୍ର ଗ୍ରାମସଭା ଦିନ ପଂଚାୟତରେ ପଡିଲା ତାଲା

ଆଜତକ ଓଡ଼ିଶା
0

ଝରିଗାଁ : (ବୁଦୁରାମ ଗଣ୍ଡ) ଗତକାଲି ପ୍ରତି ପଂଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବେଳଗାଁ ପଂଚାୟତରେ କିନ୍ତୁ ତାଲା ଝୁଲି ଥିଲା । ସୂଚନା ପ୍ରକାରେ ଆଜି ଗ୍ରାମସଭା ଅଛି ଜାଣି ବେଳଗାଁ ପଂଚାୟତର ବିଭିନ୍ନ ଗ୍ରାମର ଶତାଧିକ ଜନସାଧାରଣ ପଂଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ହୋଇଥିଲେ । ନୋଡାଲ ଅଫିସର ଜଣେ ଥିଲା ବେଳେ ପଂଚାୟତରେ ସରପଞ୍ଚ, ନାଏବ ସରପଞ୍ଚ, ପିଇଓ, ସମିତି ସଭ୍ୟ ଓ ଜଣେ ହେଲେ ୱାର୍ଡ ମେମ୍ବର ଉପସ୍ଥିତ ନଥିଲେ । ଲୋକେ ଅପରାହ୍ନ 2ଘଂଟିକା ଯାଏ ସରପଞ୍ଚ, ନାଏବ ସରପଞ୍ଚ, ପିଇଓ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ମାନଙ୍କୁ ଅପେକ୍ଷା କରି ରହିବା ପରେ ଶେଷରେ ସେମାନେ ନଆସିବାରୁ ନିରାଶ ହୋଇ ଘରେ ଘରେ ଫେରିଯାଇଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default