ପୁତ୍ର ରତ୍ନ ରୂପେ ଜନ୍ମିଲୁ
ଖୁସି ପସରା ହୋଇ ଢାଳି ଲହରୀ
ଆନନ୍ଦର ବାର୍ତ୍ତା ଯେ ଦେଲୁ ।।
ପ୍ରିୟ ପରିଜନେ ସ୍ନେହେ ପ୍ରେମ ଦେଇ
ବୋଲନ୍ତି ପ୍ରାଣ ରତ୍ନ ତୁହି
ଦିନପରେ ଦିନ ବିତି ଯାଏ ସିନା
ବର୍ଷ ଆସେ ଶୁଭେଚ୍ଛା ନେଇ ।।
ଶିଶୁ ବେଳେ ତୁହି ସଭିଁଙ୍କୁ ହସାଉ
ଗୁଲୁଗୁଲୁ କଥା ଯେ କହି
ସଭିଁଙ୍କୁ ଆକର୍ଷି ସ୍ନେହେ ଦେଉ ଢାଳି
ପ୍ରେମ ଶ୍ରଦ୍ଧା ପାଲତୁ ତୁହି ।।
ସ୍ନେହ ପ୍ରେମ ଦେଇ ପ୍ରଦୀପ ଜଳାଇ
ସଭିଏଁ କରିବା ପାଳନ
ଶୁଭ ପ୍ରଦ ହେଉ ଯେ ଜୀବନ ତୋର
ମାଁଙ୍କ ଯେ କରେ ନିବେଦନ ।।
ଜନ୍ମଦିନେ ଆଶିଷ ମିଳିଲେ ତୋତେ
ଜୀବନେ ଲଭିବୁ ସମ୍ମାନ
ଜୀବନ ଯୁଦ୍ଧେ ଯେ ଜିଣିବାକୁ ହେଲେ
ସବୁ ଦିନ ରଖିବୁ ମାନ ।।
ତ୍ରିନାଥ ପଟ୍ଟନାୟକ
ଯୁବ ଇଂରାଜୀ ଅଧ୍ୟାପକ ତଥା କବି
ଶୈଳବାଳା ଇନ୍ସିଟ୍ୟୁଟ୍ ଅଫ୍ ନର୍ସିଂ ଏଣ୍ଡ୍ ମେଡିକାଲ୍ ସାଇନ୍ସ୍
ଜିଲ୍ଲା: କୋରାପୁଟ
ମୋ:୮୯୧୭୩୧୯୩୭୭

