ମଞ୍ଚ ଉପରେ ବିଜେପି ସରକାରକୁ ଟାର୍ଗେଟ କଲେ ନବୀନ

ଆଜତକ ଓଡ଼ିଶା
0


ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) ଆଜି ବିଜେଡି ପ୍ରତିଷ୍ଠା ଦିବସ । ଶଙ୍ଖ ଭବନରେ ୨୯ତମ ବିଜେଡି ପ୍ରତିଷ୍ଠା ଦିବସକୁ ବେଶ ଧୁମଧାମରେ ପାଳନ କରାଯାଉଛି । ଏହି ଅବସରରେ ସଭାପତି ନବୀନ ପଟ୍ଟନାୟକ ଉତ୍ସବରେ ସାମିଲ ହୋଇ ଦଳୀୟ କର୍ମୀ ଓ ନେତାଙ୍କୁ ଉଦବୋଧନ ଦେଇଛନ୍ତି ।ଏହି ଅବସରରେ ଶାସକ ଦଳକୁ କଡ଼ା ସମାଲୋଚନା କଲେ ନବୀନ । ଓଡ଼ିଶାରେ ଏବେ ଡବଲ୍ ଇଞ୍ଜିନ ସରକାର, ବିକାଶ କାଇଁ ବୋଲି ନବୀନ ପ୍ରଶ୍ନ କରିଛନ୍ତି । ରାଜ୍ୟରେ ସରକାର ଥିବା ଭଳି ଅନୁଭବ ହେଉନି । ସାର ପାଉନି ଚାଷୀ, ରାଜ୍ୟରେ ମଣ୍ଡି ଖୋଲୁନି । ମିଶନ ଶକ୍ତି ମାଆ ହଇରାଣ ହେଉଛନ୍ତି, ଯୁବ ସମାଜ ହତାଶ ହେଉଛନ୍ତି । ଆଇନଶୃଙ୍ଖଳା କଥା ନ କହିବା ଭଲ ବୋଲି ନବୀନ କହିଛନ୍ତି । ମହିଳା ଅତ୍ୟାଚାର ବଢ଼ିଚାଲିଛି । ଏପରିକି ନାବାଳିକା ମାନେ ଆଦୌ ସୁରକ୍ଷିତ ନୁହନ୍ତି ବୋଲି ନବୀନ କହିଛନ୍ତି ।

ଯୁବପିଢ଼ି ଆମ ଦଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି । ମୁଁ ଆଶା କରିବି ଯେ ସେମାନେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ହେବେ ଏବଂ ଭୁଲ ସୂଚନାର ପ୍ରତିବାଦ କରିବେ । ରାଜନୀତିରେ ଧର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ । ଆପଣଙ୍କର କଠିନ ପରିଶ୍ରମ ଏବଂ ପ୍ରତିବଦ୍ଧତା ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି । ଆମେ ଏକାଠି ଆଜିର ଆହ୍ୱାନକୁ ଆସନ୍ତାକାଲିର ସୁଯୋଗରେ ପରିଣତ କରିବୁ ଏବଂ ଏକ ସଶକ୍ତ ଓଡ଼ିଶା ପାଇଁ ଆମର ପ୍ରୟାସ ଜାରି ରଖିବୁ । ଶେଷରେ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ନବୀନ ।

Post a Comment

0 Comments

Please Select Embedded Mode To show the Comment System.*

3/related/default