ଏସ. ଏଫ୍. ଆଇ ପକ୍ଷରୁ ସଂହତି ଓ ଶୁଭେଚ୍ଛା ପ୍ରଦର୍ଶନ

ଆଜତକ ଓଡ଼ିଶା
0

ଭୁବନେଶ୍ୱର/ପୁରୀ : (ସମୀର ରଞ୍ଜନ ନାୟକ) SFI ପକ୍ଷରୁ ଅଖିଳ ଭାରତ ଡାକ କର୍ମଚାରୀ ୟୁନିୟନଙ୍କ ୩୦ତମ ସର୍ବଭାରତୀୟ ସମ୍ମିଳନୀ, ଯାହା ୩୦ ନଭେମ୍ବରରୁ ୨ ଡିସେମ୍ବର ପର୍ଯ୍ୟନ୍ତ ପୁରୀରେ ଟାଉନ ହଲରେ ଆୟୋଜିତ ହେଉଛି, ଏହି ସମ୍ମିଳନୀରେ ଏସ.ଏଫ୍.ଆଇ. ପୁରୀ ସହର କମିଟି ପକ୍ଷରୁ ଦୃଢ଼ ସଂହତି ଓ ଶୁଭେଚ୍ଛା ଜଣାଇଛି। ଏସ.ଏଫ୍.ଆଇ. ର ରାଜ୍ୟ ସମ୍ପାଦକ ଚନ୍ଦନ ସାହୁ, ଏସ.ଏଫ୍.ଆଇ. ର ରାଜ୍ୟଉପଦେଷ୍ଟା ପ୍ରଫେସର ସୁରେନ୍ଦ୍ର କୁମାର ଜେନା,ଜିଲ୍ଲା ସମ୍ପାଦକ ଶୁଭମ୍ ମହାପାତ୍ର, ସିଦ୍ଧାନ୍ତ ରାଉତରାୟ, ସାଇ ନାରାୟଣ ମିଶ୍ର, ନିରଞ୍ଜନ ପ୍ରଧାନ ନେତ୍ର ମୋହନ, ପୁରୀ ସହର କମିଟି ଯୁଗ୍ମ ଆବାହକ ସରୋଜ କୁମାର ବେହେରା, ଛାତ୍ରୀ ନେତ୍ରୀ ପ୍ରିୟଙ୍କା ଦେଓ, ଶୁଭଶ୍ରୀ ପ୍ରଧାନ ଓ ଦିପାଞ୍ଜଳି ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ସମ୍ମିଳନୀ ସ୍ଥଳକୁ ଯାଇ ଡାକ କର୍ମଚାରୀମାନଙ୍କ ଦାବୀକୁ ସମର୍ଥନ କରି ସଂହତି ପ୍ରଦର୍ଶନ ପୂର୍ବକ ଶୁଭେଚ୍ଛା ଜଣାଇଛନ୍ତି। ଭାରତର ଛାତ୍ର ଫେଡେରେସନ ଏସ. ଏଫ. ଆଇର ପ୍ରତିନିଧି ମଣ୍ଡଳ କହିଛି ଯେ ଡାକ କର୍ମଚାରୀମାନଙ୍କ ଦାବି ସମ୍ପୂର୍ଣ୍ଣ ନ୍ୟାୟସଂଗତ।ଡାକ ଘରୋଇ କରଣ ,ବ୍ୟବସାୟୀ କରଣ ସମଗ୍ର ଡାକ ବିଭାଗକୁ ତଳି ତଳାନ୍ତ କରିଦେବ। ବର୍ତ୍ତମାନ କେନ୍ଦ୍ରସରକାର ଶ୍ରମ କୋଡ଼ ବିଲକୁ କାର୍ଯ୍ୟକାରୀ କରିବା ପାଇଁ ତତ୍ପର ହେଲେଣି ଯାହାଫଳରେ ଏହି ଜନ ବିରୋଧୀ ଆଇନ ଦ୍ୱାରା ସମସ୍ତ ଶ୍ରମିକ ମାନେ ଅତ୍ୟଧିକ କାମର ଚାପରେ ଚାପଗ୍ରସ୍ତ ହେବେ,ଶ୍ରମିକ ଅଧିକାରକୁ ଦୁର୍ବଳ କରିବ, ନିଯୁକ୍ତି ସୁରକ୍ଷା ହ୍ରାସ କରିବ ଅସୁରକ୍ଷିତ କାର୍ଯ୍ୟପରିବେଶ ସହିତ ସମାନ କାମକୁ ସମାନ ଦରମାର ଅଧିକାର ବଞ୍ଚିତ ହେବାଭଳି ଅନେକ ସମସ୍ୟା ସମ୍ମୁଖୀନ ହେବେ ଡାକ କର୍ମଚାରୀମାନେ ସଚେତନ ହୋଇ ଛାତ୍ର ସଂଗଠନ ଏସ.ଏଫ୍.ଆଇ. ସହିତ ମିଶି ସମ୍ମିଳିତ ଭାବରେ ଲଢେଇ କରିବା ପାଇଁ ଆହ୍ୱାନ କରିଛି।
ଏବଂ ଏସ. ଏଫ. ଆଇ ସ୍ପଷ୍ଟ କରିଛି ଯେ ଡାକ ବିଭାଗ ଦେଶର ଗ୍ରାମ୍ୟ ଓ ଗରିବ ମଣିଷଙ୍କ ଜୀବନର ଏକ ଆଧାରସ୍ତମ୍ଭ ହେଉ, ତେଣୁ ଏହାର ଘରୋଇକରଣ ଲୋକହିତ ବିରୋଧୀ। ସମ୍ମିଳନୀର ସମସ୍ତ ପ୍ରତିନିଧିଙ୍କୁ ଏସ.ଏଫ୍.ଆଇ. ପକ୍ଷରୁ ଶୁଭେଚ୍ଛା ଜଣାଇ ଗଣଆନ୍ଦୋଳନକୁ ଆହୁରି ଦୃଢ଼ କରିବାକୁ ଆହ୍ୱାନ ଜଣାଇଯାଇଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default