ବଲାଙ୍ଗିର ୦୧/୧୨ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ପୋଲିସ ଚଢାଉ କରି ୨ ଶିଶୁ ସମେତ ୫ ଦାଦନ ଶ୍ରମିକ ଙ୍କୁ ବେଆଇନ ଭାବେ ଚାଲାଣ କରୁଥିବା ବେଳେ ଉଦ୍ଧାର କରିଥିବା ସୁଚନା ମିଳିଛି। ସୁଚନାନୁଯାୟୀ, ଲାଠୋର ପୋଲିସ ପେଟ୍ରୋଲିଂ କରିଥିବା ବେଳେ ଦାଦନ ଶ୍ରମିକ ମାନଙ୍କୁ ଚାଲାଣ କରୁଥିବା ଜାଣି ଚଢାଉ କରି ଉଦ୍ଧାର କରିଥିଲେ। ଉଦ୍ଧାର ଶ୍ରମିକ ମାନେ ଇଟାକାମ ପାଇଁ ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦ ନିକଟ ଏକ ଇଟାଭାଟିକୁ ଚାଲାଣ ହେଉଥିବା ଜଣାଯାଇଛି। ଏହି ଉଦ୍ଧାର ବେଆଇନ ଦାଦନ ଶ୍ରମିକ ଚାଲାଣ ଅଭିଯୋଗ ରେ ସରଦାର ଖପ୍ରାଖୋଲ ଥାନା କିନ୍ଦ୍ରିଟାଲ ଗାଁ ର ନୃପ ବାଗ (୩୫) କୁ ଲାଠୋର ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ଏନେଇ ଲାଠୋର ଥାନା କେସ ନମ୍ବର ୨୮୧/୨୫ ରେ ଏକ ମାମଲା ରୁଜୁ କରି ଉଦ୍ଧାର ଶ୍ରମିକ ମାନଙ୍କୁ ନିଜ ଗାଁ କୁ ପଠାଇ ଦେଇଥିବା ବେଳେ ଅଭିଯୁକ୍ତ ସରଦାରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଲାଠୋର ଥାନା ଅଧିକାରୀ ରମାକାନ୍ତ ସାହୁ ସୁଚନା ଦେଇଛନ୍ତି।
ଲାଠୋର ପୋଲିସର ଚଢ଼ାଉ, ଦୁଇ ଶିଶୁ ସମେତ ପାଞ୍ଚ ଦାଦନ ଶ୍ରମିକ ଉଦ୍ଧାର, ସରଦାର ଗିରଫ
Monday, December 01, 2025
0

Tags