ନୁଆପଡା : ନୂଆପଡା ଜିଲ୍ଲା ସଦରମହକୁମା ସ୍ଥିତ ସରକାରୀ ବାଲିକା ଉଚ୍ଚ ବିଦ୍ୟାଳୟ ପରିସରରେ "ବିକଶି ଭାରତ ମହୋତ୍ସବ ୨୦୨୬ ମହାସମାରୋହରେ ଉଦ୍ଘାଟିତ ହୋଇଯାଇଛି। ଉକ୍ତ ଯୁବୋତ୍ସବକୁ ସ୍ଥାନୀୟ ଉପଜିଲ୍ଲାପାଳ, ଶ୍ରୀମତୀ ସୁରମୀ ସୋରେନ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଯୁବୋତ୍ସବର ଶୁଭ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମଧୁସୂଦନ ସାହୁ, ସ୍ଥାନୀୟ ବରିଷ୍ଠ କଳାକାର ଶ୍ରୀ ସଂକର୍ଷଣ ପୁରୋହିତ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର କଳା ଶିକ୍ଷକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ସୋରେନ ଉପସ୍ଥିତ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ଅବସରରେ କହିଥିଲେ, ଆମ ରାଜ୍ୟ ଓ ଦେଶର ବିକାଶ ପାଇଁ ଯୁବ ଶକ୍ତିର ବିକାଶ ହେବା ଜରୁରୀ । ଆମେ ଯେତେ ଉଚ୍ଚ ଶିକ୍ଷିତ ହେଲେ ମଧ୍ୟ ଆମ ସଂସ୍କୃତି, କଳା, ଐତିହ୍ୟ ଓ ପରମ୍ପରାକୁ ଭୁଲିବା ଉଚିତ ନୁହେଁ । ଗୁରୁଜନ ମାନଙ୍କୁ ସର୍ବଦା ସମ୍ମାନ ଦେଇ ନିଜ ସୁପ୍ତ ପ୍ରତିଭାକୁ ଜାଗ୍ରତ କରିବା ପାଇଁ ଉକ୍ତ ଯୁବୋତ୍ସବ ଏକ ଉପଯୁକ୍ତ ମାଧ୍ଯମ ଏବଂ ରାଷ୍ଟ୍ର ନିର୍ମାଣରେ ଯୁବଶକ୍ତି ଶକ୍ତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ଉଚିତ । ଯୁବଶକ୍ତି ସଦାସର୍ବଦା ନିଜକୁ ରାଷ୍ଟ୍ର ଗଠନ ଓ ରାଷ୍ଟ୍ର ନିର୍ମାଣରେ ସାମିଲ କରିବା ଉଚିତ । ଜିଲ୍ଲା କ୍ରୀଡା ଅଧିକାରୀ, ନୂଆପଡ଼ା ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ବଢାଇ ବିକଶିତ ଭାରତ ଯୁବ ନେତୃତ୍ବ ସଂଳାପ-ଯୁବୋତ୍ସବ-୨୦୨୬ରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ ଉକ୍ତ ଉତ୍ସବରେ ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ଯୁବ ପ୍ରତିଯୋଗୀମାନେ ଆଗାମୀ ଦିନରେ କ୍ରୀଡା ଓ ଯୁବସେବା ବିଭାଗ, ଓଡ଼ିଶା ସରକାର ଦ୍ବାରା ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ବିକଶିତ ଭାରତ ଯୁବ ନେତୃତ୍ବ ସଂଳାପ- ଯୁବୋତ୍ସବ-୨୦୨୬ କାର୍ଯ୍ୟକ୍ରମରେ ଭାଗ ନେବା ନିମନ୍ତେ ଯୋଗ୍ୟତା ଅର୍ଜନ କରିବେ । ଆଜି ପ୍ରଥମ ଦିବସରେ ଗଳ୍ପ ଲିଖନ, ବକୃତା ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗିତା ଓ କବିତା ଲିଖନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଆସନ୍ତା କାଲି ତା୦୭ ୧୨.୨୦୨୫ରିଖ ୧୦.୦୦ ଘଟିକା ଠାରୁ ଦଳଗତ ଲୋକନୃତ୍ୟ, ଦଳଗତ ଲୋକଗୀତ ଏବଂ ଦଳଗତ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହେବ । ଆଜି ପ୍ରଥମ ଦିବସରେ ସର୍ବମୋଟ ୩୦୯ ଜଣ ଯୁବ ଯୁବପ୍ରତିରା ଚାରି ଗୋଟି ବିଭାଗର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ରକ୍ତ ପ୍ରତିଯୋଗିତା ମାନଙ୍କର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ଆସନ୍ତା କାଲି ଅପରାହ୍ନରେ ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯିବ ।
ନୂଆପଡ଼ା ଜିଲ୍ଲା ସଦରମହକୁମା ଠାରେ ବିକଶିତ ଭାରତ ଯୁବ ନେତୃତ୍ବ ସଂଳାପ- ଯୁବୋତ୍ସବ- ୨୦୨୬ ଉଦ୍ଘାଟିତ
Saturday, December 06, 2025
0

Tags