ଅତିରିକ୍ତ ଖର୍ଚ୍ଚଦାବୀକୁ ଝରିଗାଁ ବିଧାୟକଙ୍କ ସମର୍ଥନ ; (ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଘ ଓ ସଂଖ୍ୟାଲଘୁ)

ଆଜତକ ଓଡ଼ିଶା
0

ଝରିଗାଁ ୦୭/୧୨ (ବୁଦୁରାମ ଗଣ୍ଡ) ବର୍ତମାନ ବିଧାନସଭାରେ ଶୀତ ଅଧିବେଶନ ଚାଲିଥିବା ବେଳେ ଗତକାଲି ଦୁଇ ସାଂସଦ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ମାନଙ୍କ ଉନ୍ନତି ପାଇଁ ଅତିରିକ୍ତ ଖର୍ଚ୍ଚଦାବୀ ଉପସ୍ଥାପନା କରିଥିବା ବେଳେ ମାନ୍ୟବର ଝରିଗାଁ ବିଧାୟକ ନରସିଂହ ଭତରା ଉକ୍ତ ଦାବୀ ଗୁଡିକୁ ସମର୍ଥନ କରିବା ସହିତ ଉଭୟ ବିଭାଗର ଉନ୍ନତି ପାଇଁ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ଗୁଡିକୁ ଉପ ବାଚସ୍ପତିଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ । ବିଧାୟକ ଶ୍ରୀ ଭତରା କହିଥିଲେ କି, ରାଜ୍ୟରେ ଦୁଇ ତୃତୀୟାଂଶ ଲାଭର୍ଥୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଯୋଜନାରେ ସିଧା ସଳଖ ଲାଭ ପାଉଛନ୍ତି । ରାଜ୍ୟର ୯୯ ଲକ୍ଷ ୫୨ହଜାର ୧୫୩ପରିବାର ଏହି ଯୋଜନାରେ ଯୋଡ଼ିତରହିଥିବା ବେଳେ ୩ କୋଟି ୨୭ଲକ୍ଷ ୮୩ ହଜାର ୬୭୩ସଦସ୍ୟ ଙ୍କୁ ରାସନ କାର୍ଡ ଦେବା ପାଇଁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଯୋଜନାରେ ସ୍ୱଛତା ଆଣିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ସବୁ ଗ୍ରହଣ କରିବା ଫଳରେ ଅବ୍ୟବସ୍ଥା ସବୁ ଦୂର ହୋଇଛି। ଏ କେ୍ୱାଇଁ ସି କରାଯିବା ଫଳରେ ଅନେକ ଅଯୋଗ୍ୟ ହିତାଧିକାରୀ ବାଦ ପଡିଛନ୍ତି । ସରକାରଙ୍କ one national one ରେସନ ଯୋଜନାଟି ସମସ୍ତ ହିତାଧିକାରୀ ଙ୍କ ମୁହଁରେ ହସ ଆଣିଦେଇଛି । ବିଗତ ଦିନ ମାନଙ୍କରେ ମଣ୍ଡିରେ ଅନେକ ଅବ୍ୟବସ୍ଥା ଥିଲା, ବର୍ତମାନ ସରକାର ସବୁ ପ୍ରକାର ସୁବ୍ୟବସ୍ଥା କରିଛନ୍ତି । ମଣ୍ଡିର ସୁପରିଚାଳନା ପାଇଁ ନୁଆଁ ନୁଆଁ ମଣ୍ଡି ସାଙ୍ଗକୁ ନୁଆଁ ମୋଡେଲ ମଣ୍ଡିର ବ୍ୟବସ୍ଥା ମଧ୍ୟ କରିଛନ୍ତି । ମଣ୍ଡିର ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଅନେକ ପ୍ରକାର ପଦକ୍ଷେପ ସବୁ ଗ୍ରହଣ କରାଯାଇଛି । ପ୍ରତ୍ୟେକ ମଣ୍ଡିରେ ଟେଣ୍ଟ ବ୍ୟବସ୍ଥା ସାଙ୍ଗକୁ ଚେୟାର ଓ ପିଇବା ପାଇଁ ବିଶୁଦ୍ଧ ପାଣିର ବ୍ୟବସ୍ଥା ରହିଛି । ବିଗତ ଦିନରେ କୌଣସି ସମସ୍ୟା ହେଲେ ତାର ସମାଧାନ ପାଇଁ କେହି ହେଲେ ଦାୟିତ୍ୱ ନେଉନଥିଲେ,ହେଲେ ବର୍ତମାନ ସରକାର ମଣ୍ଡିର ସୁପରିଚାଳନା ପାଇଁ ନୋଡାଲ ଅଫିସର, ସୁପର ଭାଇଜର ମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଅଭାବ ବିକ୍ରିକୁ ଦୂର କରିବା ପାଇଁ ଏମଏସପି ଓ ଇନପୁଟ ଦେଇକି ୩୧୦୦ଟଙ୍କା ଧାର୍ଯ୍ୟ କରିଛନ୍ତି । ଠିକ ସେହିପରି ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀ ମାନଙ୍କ, ଶିକ୍ଷାର ଭିତିଭୂମି ସୁଦୁଢ କରିବା ପାଇଁ ଅନେକ ଗୁଡ଼ାଏ ପଦକ୍ଷେପ ସବୁ ଗ୍ରହଣ କରିଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରେ ୧୫ଗୋଟି ଆଶ୍ରମ ସ୍କୁଲର ଉନ୍ନତି କରଣ ପାଇଁ ଅନେକ ଟଙ୍କା ପ୍ରାବଧାନ ରଖିଛନ୍ତି । ୨୨କୋଟି ଟଙ୍କା ହିସାବରେ ୧୪ଗୋଟି ଉଚ୍ଚ ବିଦ୍ୟାଳୟର ଉନ୍ନତି କରଣ ପାଇଁ ପ୍ରାବଧାନ ରଖିଛନ୍ତି । ୧୦୦ ଶଯ୍ୟା ବିଶିଷ୍ଟ 83ଗୋଟି ହଷ୍ଟେଲ ପାଇଁ ମଂଜୁର କରିଛନ୍ତି । ଗ୍ରାମାଞ୍ଚଳରେ ମୌଳିକ ସମସ୍ୟାର ସମାଧାନ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଧର୍ତି ଆବା ଜନଜାତି ଉତ୍କର୍ଷ ଯୋଜନାରେ ପାନୀୟଜଳ ଓ ସ୍ୱାସ୍ଥ୍ୟସେବାର ଉନ୍ନତି ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଯୋଜନାରେ ୭୬୬୬ଜନଜାତି ବହୁଳ ଗ୍ରାମକୁ ଚିନ୍ହଟ କରାଯାଇଛି ଓ ଆଦିବାସୀ ମାନଙ୍କ ଜୀବନ ଜୀବିକା ଓ ବିକାଶକୁ ଗୁରୁତ୍ୱ ଦିଆଯାଉଛି । ତେଣୁ ଏହି ଦୁଇ ବିଭାଗର ବିକାଶ ପାଇଁ ନିହାତି ଅତିରିକ୍ତ ଖର୍ଚ୍ଚର ଆବଶ୍ୟକତା ରହିଛି ବୋଲି ବିଧାୟକ ଶ୍ରୀ ଭତରା ନିଜ ବକ୍ତବ୍ୟରେ କହିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*

3/related/default