ଚିଲିଚିଳା ଆମ୍ବେଦକର ନଗର ବାସୀ ପୁଣି ଥରେ ଧର୍ମଗଡ ଉପ ଜିଲଲାପାଳଙ୍କ ଦ୍ଵାରାସ୍ତ

ଆଜତକ ଓଡ଼ିଶା
0

ଧର୍ମଗଡ, ଚିଲିଚିଲା ଆମ୍ବେଦକର ନଗର ବାସୀ ପୁଣି ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କ ନିକଟରେ ଦ୍ୱାରସ୍ତ ହେବାକୁ ପଡୁଛି । ଆଜକୁ ଦୀର୍ଘ ୩୦ ବର୍ଷ ରୁ ଉର୍ଦ୍ଧ ହେବ ଚିଲିଚିଲା ଗ୍ରାମର ଆମ୍ବେଦକର ନଗରରେ ବିଶୁଦ୍ଧ ପାନୀୟ ଜଳର ଅସୁବିଧା ତଥା ଗମନା ଗମନ କରିବାପାଇଁ ପକ୍କାଷଡ଼କର ସୁବିଧା ନାହିଁ ଯାହା ଫଳରେ ଆମ୍ବେଦକର ନଗର ବାସୀ ଙ୍କୁ ବହୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି । ଜରୁରୀକାଳୀନ ସୁବିଧା ଆମ୍ବୁଲାନ୍ସ ଓ ଦମକଳ ଗାଡି ଘଟଣା ସ୍ଥଳ କୁ ପହଂଚି ପାରୁନାହିଁ ତେଣୁ ଆମ୍ବେଦକର ନଗର ବାସୀଙ୍କୁ ଅନେକ ଅସୁବିଧା ଭୋଗିବାକୁ ପଡୁଛି । ଆମ୍ବେଦକର ନଗରରେ ଥିବା ନଳକୂପ ପାଣି ପିଇ ବାରୁ କିଡ଼ନୀ, କାମଳ, ହୋଇ ଯା ଭଲି ରୋଗରେ ଆକ୍ରାନ୍ତ ହେବାକୁ ପଡୁଛି ଏହି ରୋଗରେ ଅନେକ ଲୋକ ମୃତ୍ୟୁ ହୋଇ ଥିବା ବେଳେ କିଛିଲୋକ ଆକ୍ରାନ୍ତ ହୋଇ ମୃତ୍ୟୁ ସହିତ ସଂଘର୍ଷ କରି ଚିକିତ୍ସା ଧୀନ ଅଛ ନ୍ତି l କିନ୍ତୁ ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ଚିଲିଚିଲା ଆମ୍ବେଦକର ନଗର ମୁଖ୍ୟ ଛକ ଠାରେ ସରକାର ଙ୍କ ତର ଫରୁ ବସୁଧା ପାନୀୟ ଜଳ ପାଇଁ ପାଣି ଟ୍ୟାଙ୍କ କରାଯିବା ପାଇଁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ RWSS ଧର୍ମଗଡ଼ ଓ ନିର୍ମାଣ ଧୀନ ଠିକା ସଂସ୍ଥା କହିଥିଲେ ଚିଲିଚିଲା ଆମ୍ବେଦକର ନଗର କୁ ସର୍ବପ୍ରଥମେ ପାଣିପାଇବା ପାଇଁ ହକଦାର ହେବେ ଜଣେ ଘର କୁ ମଧ୍ୟ ପାଣି ପାଇ ବାରେ ବଞ୍ଚିତ କରିବୁ ନାହିଁ ବୋଲି ପ୍ରତିଶୃତି ଦେଇଥିଲେ କାମ ସରିବାକୁ ବସିଲାଣି ହେଲେ ଆମ୍ବେଦକର ନଗରରେ ପାଇପ ଲାଇନ କାମ ହେଲା ନାହିଁ । ସହକାରୀ ଯନ୍ତ୍ରୀ RWSS ସରୋଜ ରଞ୍ଜନ ମାଝୀ ଙ୍କୁ ମଧ୍ୟ ଆମ୍ବେଦକର ନଗର ର ପ୍ରତ୍ୟେକ ଘରକୁ ଘର ବୁଲି ଦେଖି କହିଥିଲେ ଯେ କାମ ବହୁତ ଶୀଘ୍ର ଆରମ୍ଭ ହେବବୋଲି କହିଥିଲେ ହେଲେ ତାଙ୍କୁ ଆମ୍ଭେ ଫୋନ ଯୋଗେ ଯୋଗାଯୋଗ କରିଥିଲେ ଫୋନ୍ ରିଙ୍ଗ ହୋଇ ଥିଲେ ମଧ୍ୟ ରିସିଭ କରୁନାହାନ୍ତି ଏଣୁ କାମକରୁଥିବା ନିର୍ମାଣ ଧୀନ ଠିକା ସଂସ୍ଥା ଓ କାର୍ଯ୍ୟ ନିର୍ବାହୀ ଅଫିସ RWSS ର ମଧୁଚନ୍ଦ୍ରିକା ଯୋଗୁଁ ଆମକୁ ହତାଶ ହେବାକୁ ପଡୁଛି । ଉକ୍ତ କାମ ସାରିବାକୁ ବସିଲାଣି ହେଲେ ଏ ପର୍ଯ୍ୟନ୍ତ ସୂଚନା ଫଳକ ଲାଗିନାହିଁ । ତେଣୁ ଏହି ଅସୁବିଧା ର ଯଥା ଶୀଘ୍ର ସମାଧାନ କରିବାପାଇଁ ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଇଥିବା ଚିଲିଚିଲା ଆମ୍ବେଦକର ନଗର ର କାମ ଦଶ ଦିନ ମଧ୍ୟରେ ପାଣି ପାଇପ କାମ କରା ନ ଗଲେ ମୁଖ୍ୟ ରାସ୍ତା କୁ ଅବରୋଧ କରିବା ପାଇଁ ବାଧ୍ୟ୍ୟ ହେବୁ ଏଣୁ ଯଥା ଶୀଘ୍ର ସମାଧାନ ନିମନ୍ତେ ଚିଲିଚିଲା ଆମ୍ବେଦକର ନଗର ର କ୍ଷୀରସିନ୍ଧୁ ନାଏକ, ଗଜିନ୍ଦ୍ର ନିଆଲ, ମଧୁସୂଦନ ଜାଲ, ଲାବଣ୍ୟ ନାଏକ, ଶଶାଙ୍କଶେଖର ସାଗର, , ରାଜୁ ଜାଲ, ମଧୁସୂଦନ ନାଏକ, ମୁକୁନ୍ଦ ଜାଲ, ସସ୍ମିତା ହରପାଳ, ଅମରଚନ ନାଏକ, ଘସିଏନ ହଂସ, ମୁନା ଜାଲ, ଜନତା ପୋଡ଼,ପଦୁ ଗୋପାଳ, ଖଗେଶ୍ୱର ନାଏକ, ଅଭି ପୋଡ଼ ଏପରିକି ସତାଧିକ ଜନସାଧାରଣ ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଇଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default