ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ବିଶ୍ବ ମାନବାଧିକାର ଦିବସ ପାଳିତ

ଆଜତକ ଓଡ଼ିଶା
0


ବୀରମହାରାଜପୁର,୧୦/୧୨ (ଚୈତନ୍ୟ ଭୁକ୍ତା) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ବିଶ୍ଵ ମାନବାଧିକାର ଦିବସ ପାଳିତ ହୋଇଯାଇଛି।ଅନୁଷ୍ଠାନର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ପୌରୋହିତ୍ୟରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ କୃଷ୍ଣଚନ୍ଦ୍ର ପାଢ଼ୀ, ସମ୍ମାନିତ ଅତିଥି ଗୋପୀନାଥ ମହାକୁର ପ୍ରମୁଖ ମଞ୍ଚାସୀନ ଥିଲେ।ଜାତି, ବର୍ଣ୍ଣ,ଲିଙ୍ଗ,ଭାଷା ଓ ଧର୍ମ ନିର୍ବିଶେଷରେ ସମାଜରେ ସମସ୍ତଙ୍କର ସମାନ ଅଧିକାର ରହିଅଛି ଓ ଏଥିରେ କୌଣସି ପାର୍ଥକ୍ୟ ବା ଭେଦଭାବ ନାହିଁ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଆଲୋଚନାରେ ସତ୍ୟ ନାରାୟଣ ନାୟକ, ଅକ୍ଷୟ କୁମାର ମିଶ୍ର, ଜ୍ଞାନେନ୍ଦ୍ର ତ୍ରିପାଠୀ, ଭୂଷଣ କୁମାର ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିବା ବେଳେ ଦୟାନିଧି ହୋତା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ଚମରା ମହାକୁର,ବଳରାମ କାଣ୍ଡ, ଜୀତେନ୍ଦ୍ର ପଧାନ,ଅକ୍ରୂର ଦନ୍ତା, ସୌମିତ୍ରୀ ମେହେର,ଶ୍ୟାମ ସୁନ୍ଦର ସେଠୀ, ସନ୍ତୋଷ ଷଡ଼ଙ୍ଗୀ, ତ୍ରିନାଥ ମିଶ୍ର, ନାରାୟଣ ପ୍ରସାଦ ନାୟକ, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default