ଜଳେଶ୍ବର,୪/୧୨ (ଜଗନ୍ନାଥ ଗୋଛାୟତ) ଜଳେଶ୍ବର ବ୍ଲକ,ଚମାର ଗାଁ ପଞ୍ଚାୟତ,ସରଡିହା ଗ୍ରାମରେ ୬ଦିନ ବ୍ୟାପି ହେବାକୁ ଥିବା ୧୦ ଓଭର ବିଶିଷ୍ଟ ସରଡିହା ପ୍ରିମିୟର ଲିଗ୍ ର ୪ର୍ଥ ସିଜିନ, ଟୁର୍ଣ୍ଣାମେଣ୍ଟ ଲାଗି ଅକ୍ସନ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ସନ୍ଧ୍ୟାରେ, ଜଳେଶ୍ବର, ଖୁସି ପ୍ଲାଜାରେ ଆୟୋଜିତ ଅକ୍ସନ କାର୍ଯକ୍ରମରେ ୮ଟି ଟମି ଭାଗନେଇ ଥିଲେ। ପ୍ରତ୍ୟକ ଟିମ୍ ୧୫ଜଣ ଖେଳାଳୀଙ୍କୁ ବ୍ରିଡ ଜରିଆରେ ଚୟନ କରିଥିଲେ।ଏହି ଏସପିଏଲ ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୮ତାରିଖରେ ଉଦଘାଟନ ହୋଇ ୧୩ ତାରିଖରେ ଫାଇନାଲ ଖେଳ ସହିତ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ ବୋଲି କର୍ମକର୍ତ୍ତା ସୂଚନା ଦେଇଛନ୍ତି।ଅକ୍ସନ ରେ ୧୨୦ରୁ ଉର୍ଦ୍ଧ ପ୍ରତିଭାବାନ ଖେଳାଳି ଙ୍କୁ ପ୍ରତିଷ୍ଠିତ ଟିମ୍ ଓନର ମାନେ କ୍ରୟ କରିଥିଲେ। ବିଜେତା ଟିମ୍ ୭୦ ହଜାର ଅର୍ଥ ରାଶି ପାଇବାକୁ ଥିବା ବେଳେ, ଉପ ବିଜେପି ଟିମ୍ କୁ ୬୦ ହଜାର ଟଙ୍କା ପ୍ରଦାନ ହେବାର ସୂଚନା ରହିଛି। ମୁଖ୍ୟ ଅତିଥି ଭାବେ ବିଶ୍ୱଜିତ ରାଓ ଉପସ୍ଥିତ ଥିବା ବେଳେ,ପ୍ରିମିୟର ଲିଗ୍ ପ୍ରେସିଡେଣ୍ଟ ଦୁର୍ଗା ଶଙ୍କର ଜେନା,ସେକ୍ରେଟେରୀ ପ୍ରଣୟ କୁମାର ଦାସ, କୋଷାଧ୍ୟକ୍ଷ ନିହାର ରଞ୍ଜନ ଦାସ, ରାଜେଶ ଦାସ, ଇନ୍ଦ୍ରଜିତ ବେହେର ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
ସରଡିହା ପ୍ରିମିୟର ଲିଗ୍ ସିଜନ୍-୪ ଅକ୍ସନ ଅନୁଷ୍ଠିତ
Thursday, December 04, 2025
0

Tags