ଘୁମୁସର ସ୍ୱର ପକ୍ଷରୁ ୧୫୬ତମ ପୂର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର

ଆଜତକ ଓଡ଼ିଶା
0

ଗଞ୍ଜାମ/ବୁଗୁଡା,୦୪/୧୨ (ସୋରେନ କୁମାର ପ୍ରଧାନ) ସ୍ଥାନୀୟ ଅହଲ୍ୟା ଦେବୀ ମହିଳା ମହାବିଦ୍ୟାଳୟ ପରିସରରେ "ଘୁମୁସର ସ୍ୱର"ର ସଭାପତି ତଥା ବାଲିପଦର କଲେଜ ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟରବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ବରେ ୧୫୬ତମ ପୂର୍ଣ୍ଣିମା ସାହିତ୍ୟ ଆସରରେ ମୁଖ୍ୟବକ୍ତା ଭାବେ ଗାଳ୍ପିକ ଶିବ ପ୍ରସାଦ ଦାସ ଯୋଗ ଦେଇ ବାଲିପଦରରେ ରଘୁନାଥ ପାଠାଗାର ସ୍ଥାପନ ଓ ସଂଗ୍ରାମୀ ମାନଙ୍କ ମେଳି ସମ୍ପର୍କରେ ଐତିହାସିକ ତଥ୍ୟ ଉଲ୍ଲେଖ କରିବା ସହ ସ୍ୱାଧୀନତା ସଂଗ୍ରାମକୁ ବାଲିପଦରର ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ଜି. ରାଜେଶ୍ୱର ପାତ୍ର, ବାଲିପଦର ହାଇସ୍କୁଲର ପ୍ରଧାନ ଶିକ୍ଷକ ଇ. ନୀଳାଚଳ ପାତ୍ର, ସମାଜସେବୀ କୈଳାଶ ଚନ୍ଦ୍ର ପ୍ରଧାନ, ଏ. ସର୍ଭିସ ଆଚାରୀ,କବି ସୁରେଶ ଚନ୍ଦ୍ର ପାଢି ପ୍ରମୁଖ ଯୋଗ ଦେଇ ବାଲିପଦରରେ ଜନ୍ମିତ ସଂଗ୍ରାମୀ ମଧୁସୁଦନ ଦାସ, ହରିବନ୍ଧୁ ଖାଡଙ୍ଗା, ଦୀନବନ୍ଧୁ ପଣ୍ଡା, କତୋକୋଟା ବାଳକୃଷ୍ଣ ପାତ୍ର ପ୍ରଭୃତି ସଂଗ୍ରାମୀ ଗଣଙ୍କ ସ୍ମୃତି ଚାରଣ କରିଥିଲେ। ବାଲିପଦର ମାଟିର ଏହି ସଂଗ୍ରାମୀ ଗଣ ଡ଼ ହରେକୃଷ୍ଣ ମହତାବ, ବିଶ୍ଵନାଥ ଦାସଙ୍କ ଭଳି ବିପ୍ଳବୀ ନେତାଙ୍କ ନେତୃତ୍ୱରେ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ଜେଲରେ କଏଦୀ ଜୀବନ, ସାମ୍ବାଦିକତା, ସଂଗଠନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ତେଣୁ ଏ ସମ୍ପର୍କରେ ଅଧିକ ଗବେଷଣା ହେଲେ ସ୍ଥାନୀୟ ଜନତା ନିଜ ଅଞ୍ଚଳର ଗୌରବମୟ ଅତୀତ ସମ୍ପର୍କରେ ଅଧିକ ଜାଣି ପାରିବେ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମକୁ ଅହଲ୍ୟା ଦେବୀ ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ବୃନ୍ଦାବନ ମହାନ୍ତିଙ୍କ ସହ ମହାବିଦ୍ୟାଳୟର ଅଧ୍ୟାପିକା ମାନେ ପରିଚାଳନା କରିଥିଲେ। ଶେଷରେ ଘୁମୁସର ସ୍ୱର ପକ୍ଷରୁ ଖାଲି ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default