ରିହାତି ମୂଲ୍ଯ ରେ ଆଳୁ ବିହନ ଯୋଗାଇ ଦେବାକୁ ଚାଷି ଙ୍କ ଦାବୀ

ଆଜତକ ଓଡ଼ିଶା
0

ମୁରିବାହାଲ ୦୬/୧୨ (ନ୍ୟୁଜ ବ୍ୟୁରୋ) ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଉଦ୍ଯାନ କୃଷି ବିଭାଗକୁ ଆଳୁ ଚାଷୀମାନଙ୍କ ପାଇଁ ୧୬୩୦ ବସ୍ତା ସରକାରୀ ଆଳୁ ବିହନ ଆସିଅଛି ଏବଂ ପ୍ରତି ପରିବାରରୁ ଜଣେ ହିତାଧିକାରୀ ପାଇଁ ସର୍ବନିମ୍ନ ୨୫ ଡେସିମିଲ ପାଇଁ ୧୫୦ କିଲୋ ଅର୍ଥାତ୍ ୩ ପକେଟ ଆଳୁ ବିହନ କୁ ୩୦୦୦ ଟଙ୍କା ଚାଷୀ କୁ ଜମା ଦେବାକୁ ହେବ ଏବଂ ଆଳୁ ଜମିରେ ଲାଗିଲା ପରେ ସରକାରୀ ସାହାଯ୍ୟ ୧୫୦୦ ଟଙ୍କା ଚାଷୀ କୁ ମିଳିବ। ଚଳିତ ବର୍ଷ ୨୦୨୫-୨୬ ମୁରିବାହାଲ ବ୍ଲକ ପାଇଁ ୭୫ ହେକ୍ଟର ସରକାର ଏକ ବୃହତ ଲକ୍ଷ ରଖିଛନ୍ତି। କିନ୍ତୁ ବର୍ତ୍ତମାନ ପରିସ୍ଥିତି ରେ ଅଧିକାଂଶ ଆଳୁ ଚାଷୀ ଆଳୁ ବିହନ ଚଢାଦରରେ ମିଳୁଥିବା ରୁ ଚାଷୀ ଉଦ୍ଯାନ କୃଷି ବିଭାଗ ରୁ ମୁହଁ ଫେରାଉଥିବା ଦେଖିବାକୁ ମିଳୁଛି। ଚାଷୀ ମାନଙ୍କ ମତରେ ଆଳୁ ଉତ୍ପାଦନ ବେଳେ ଆଳୁ ବିକ୍ରୀ ପାଇଁ ଉପଯୁକ୍ତ ବ୍ଯବସ୍ଥା ତଥା କମ୍ ଦରରେ ଆଳୁ ବିକ୍ରୀ କୁ ନେଇ ଚିନ୍ତା ରେ ଚାଷୀ ଥିବା ବେଳେ ସରକାର ଙ୍କ ଦ୍ବାରା ଆନୁଷଙ୍ଗିକ ବ୍ଯବସ୍ଥା ନଥିବାରୁ ଅଞ୍ଚଳର ଅନେକ ଚାଷୀ ଆଳୁ ବିହନ ନେଉ ନ ଥିବା ଜଣାପଡିଛି। ଯଦି ସରକାର ରିହାତି ମୂଲ୍ଯ ରେ ଆଳୁ ବିହନ ଯୋଗାଇଦେବା ସହ ଆଳୁ ବିକ୍ରୀ ପାଇଁ ଉପଯୁକ୍ତ ବ୍ଯବସ୍ଥା ର ବନ୍ଦୋବସ୍ତ କଲେ ଅଂଚଳରେ ଆଳୁ ଚାଷୀ ଉପକ୍ରୁତ ହେବା ସହ ଆଳୁ ଚାଷ କରିବା ର ଆଗ୍ରହୀ ହେବା ସହିତ ଲାଭ ବାନ ହୋଇ ପାରିବା ନେଇ ଚାଷୀ ମାନେ ପ୍ରକାଶ କରୁଛନ୍ତି। ଏନେଇ ଉଦ୍ଯାନ ବିଭାଗର ଅଧୀକାରୀ ଙ୍କୁ ପଚାରିବାରୁ ଚଢ଼ାଦର ଥିବାରୁ ଚାଷୀ ମାନେ ମୁହଁ ମୋଡ଼ୁ ଥିବା ପ୍ରକାଶ କରିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*

3/related/default