ମୁରିବାହାଲ ତା ୦୬/୧୨/୨୫ (ନ୍ୟୁଜ ବ୍ୟୁରୋ) ମୁରିବାହାଲ ବ୍ଲକ ସିରୋଲ କ୍ଳଷ୍ଟରର ଗୁଞ୍ଚିତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ଶ୍ରଦ୍ଧାଞ୍ଜଳି ମହାନ୍ତିଙ୍କ ସଭାପତିତ୍ବରେ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୁନୁ ସାହୁ,ପରିଚାଳନା କମିଟି ସଦସ୍ୟ /ସଦସ୍ୟା ତରୁଣ ପାତ୍ର, ହେମେନ୍ଦ୍ରି ଚନ୍ଦନ, ଭାନୁ ବାଗ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟ ତରଫରୁ ଦୌଡ, ଲଙ୍ଗ ଜମ୍ପ, ହାଇ ଜମ୍ପ,ପୁଚି, ମ୍ୟୁଜିକ ଚେୟାର, ବେଙ୍ଗ ଡିଆଁ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅତିଥି ବୃନ୍ଦ ଙ୍କ ଦ୍ୱାରା କୃତି ପ୍ରତିଯୋଗୀ ଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ ବିଚିତ୍ରା ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଶ୍ରୀମତୀ ସଫଳା ମିଶ୍ର,ଶ୍ରୀମତୀ ଜୟ ମାଳିନୀ ପଟ୍ଟନାୟକ, ସୁଶ୍ରୀ ପ୍ରିୟ ଦର୍ଶିନି ସ୍ୱାଇଁ, ଶ୍ରୀମତି ସରୋଜିନୀ ମିଶ୍ର,ଶିକ୍ଷକ ନୀଳମଣି ଦୀପ, ଅଭିଭାବକ /ଅଭିଭାବିକା ଛାତ୍ରଛାତ୍ରୀ ପ୍ରମୁଖ ସହଯୋଗ କରିଥିଲେ।
"ଗୁଞ୍ଚିତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।"
Saturday, December 06, 2025
0

Tags